ଭୁବନେଶ୍ବର: ଇ-କେଓ୍ବାଇସି କୁ ନେଇ ବଡ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ଅଯୋଗ୍ୟଙ୍କୁ ଚିହ୍ନଟ ପାଇଁ ଚାଲିଛି ଇ-କେଓ୍ବାଇସି ପ୍ରକ୍ରିୟା । ରାଶନକାର୍ଡରୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ବାଦ୍ ପଡ଼ିବେ ।
୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ ଇ-କେଓ୍ବାଇସି । ଇ-କେଓ୍ବାଇସି ପରେ ନୂଆ ହିତାଧିକାରୀଙ୍କୁ ମିଳିବ କାର୍ଡ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
କିଛି ମାସ ପୂର୍ବରୁ, ରାଶନ କାର୍ଡଧାରୀଙ୍କ ପାଇଁ ଇ-କେଓ୍ବାଇସି କରିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ । ଯେଉଁଥିରେ ସମସ୍ତ ରାଶନ କାର୍ଡଧାରୀଙ୍କ ପାଇଁ ଇ-କେଓ୍ବାଇସି କରିବା ବାଧ୍ୟତାମୂଳକ କରାଯାଇଥିଲା ।
ଯଦି ଆପଣ ଏ ପର୍ଯ୍ୟନ୍ତ ଆପଣଙ୍କର ଇ-କେଓ୍ବାଇସି କରିନାହାଁନ୍ତି । ତେବେ ଆପଣ ନିଜ ଅଞ୍ଚଳର ଯେକୌଣସି ନିକଟତମ ସରକାରୀ ରାଶନ ବଣ୍ଟନ ଦୋକାନକୁ ଯାଇ ପିଓଏସ୍ ମେସିନ୍ ମାଧ୍ୟମରେ ଇ-କେଓ୍ବାଇସି କରିପାରିବେ ।
Comments are closed.