Latest Odisha News

BREAKING NEWS

ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ୬୬ଟି ଦୋକାନ ଜଳିପୋଡି ପାଉଁଶ

ରାଞ୍ଚି: ଝାଡ଼ଖଣ୍ଡ ବୋକାରୋରେ ବଡ଼ ଅଘଟଣ । ବୋକାରୋର ବିଭିନ୍ନ ବାଣ ଦୋକାନରେ ଅଗ୍ନିକାଣ୍ଡ । ବାଣ ଦୋକାନରେ ଫୁଟି ବିସ୍ଫୋରଣ ହୋଇଛି । ନିଆଁକୁ ଆୟତ ପାଇଁ ଲାଗିଛି ଦମକଳ ବାହିନୀ। ନିଆଁ ଏତେ ଭୟଙ୍କର ଥିଲା ଯେ ୬୬ଟି ଦୋକାନ ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ପରେ ଚାରିଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଦୀପାବଳି ପର୍ବ ଯେତିକି ପାଖେଇ ଆସୁଛି, ବିସ୍ଫୋରଣ ଠାରୁ ଆରମ୍ଭ କରି ନିଆଁ ପର୍ଯ୍ୟନ୍ତ ଅନେକ ଅଘଟଣ ସାମ୍ନାକୁ ଆସିଛି। ଅଧିକାଂଶ କ୍ଷେତ୍ରରେ, ଲୋକଙ୍କ ଅସାବଧାନତା ହେତୁ ଏପରି ଦୁର୍ଘଟଣା ଘଟେ। ନିଆଁ ଏତେ ଭୟଙ୍କର ଥିଲା ଯେ ଏହାର ପ୍ରକୋପ ଅନେକ ଦୂର ଯାଏଁ ମାଡିଯାଇଥିଲା। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତାହତ ଖବର ଆସିନାହିଁ।

ସ୍ଥାନୀୟ ଲୋକଙ୍କ ଅନୁଯାୟୀ ଏହି ଘଟଣାରେ ୧ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଏହି ବିସ୍ଫୋରଣରେ ଆତଙ୍କ ଖେଳିଯାଇଥିବା ବେଳେ ଲୋକେ ନିଆଁ କବଳରୁ ରକ୍ଷା ପାଇବା ପାଇଁ ଦୌଡ଼ି ପଳାଇଥିଲେ। ଏହି ସମୟରେ ଅନେକ ଗାଡିରେ ମଧ୍ୟ ନିଆଁ ଲାଗିଯାଇଛି। ରିପୋର୍ଟ ଅନୁଯାୟୀ, ଅନେକ ଲୋକ ଏହାର ସୁଯୋଗ ନେଇ ଦୋକାନରୁ ଲୁଟ୍ କରିବା ଆରମ୍ଭ କରିଥିଲେ। କୁହାଯାଉଛି ଯେ ଲୋକମାନେ ଅଗ୍ନିଶମ କର୍ମଚାରୀ ଏବଂ ଟଙ୍କା ନେଇ ପଳାଇଥିଲେ।

Comments are closed.