Latest Odisha News

BREAKING NEWS

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଯୁବତୀ ମୃତ

କଳାହାଣ୍ଡି: ଏମ୍.ରାମପୁର ଥାନା ଅନ୍ତର୍ଗତ ଗୋବରବାହାଲି ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବତୀ ଜଣଙ୍କ ହେଲେ ଜଗନ୍ନାଥ ମନ୍ଦିର ପଡ଼ାର ମାମୁନି ମାଝୀ। ଗାଡ଼ି ଚାଳକ ସୁବ୍ରତ ଘିଭେଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଆଜି ସକାଳେ ମାମୁନି କୌଣସି କାମରେ କାର୍ ଯୋଗେ ଭବାନୀପାଟଣା ଯାଉଥିଲେ। ସୁବ୍ରତ ଗାଡ଼ି ଚଳାଉଥିବା ବେଳେ ମାମୁନି ଗାଡ଼ିର ଆଗ ସିଟ୍‌ରେ ବସିଥିଲେ। ଗୋବରବାହାଲି ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ମାମୁନିର ମୃତ୍ୟୁ ଘଟିଥିବା ବେଳେ ଗାଡ଼ିର ଚାଳକ ଗୁରୁତର ଆହତ ହୋଇଥିଲେ।

ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ କାର୍ ଚାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

 

Comments are closed.