Latest Odisha News

BREAKING NEWS

ନଭେମ୍ବର ୯ରେ ୫ ଘଣ୍ଟା ପାଇଁ ବନ୍ଦ ରହିବ କେରଳ ବିମାନବନ୍ଦର

ଥିରୁବନନ୍ତପୁରମ୍: ନଭେମ୍ବର ୯ ରେ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ। ୧୯୩୨ ମସିହାରୁ ଏହି ନିୟମ ଆରମ୍ଭ ହୋଇଥିଲା।

ପ୍ରତିବର୍ଷ ଦୁଇଥର ଏଠାରେ ବିମାନ ଚଳାଚଳ ବନ୍ଦ ହୋଇଥାଏ। ଏହି ସମୟ ମଧ୍ୟରେ ମନ୍ଦିର ପକ୍ଷରୁ ଏକ ଶୋଭାଯାତ୍ରା ରନୱେ ଦେଇଯାଇଥାଏ। ତେବେ କେରଳର ଆଲପାସି ଆରାଟୁ ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ଭକ୍ତଙ୍କ ବିଶ୍ୱାସକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ଯ ଏହି କାର୍ଯ୍ୟକ୍ରମ ହେବାକୁ ଯାଉଛି।

ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ବିମାନ ସେବା ନଭେମ୍ବର ୯ ରେ ଅପରାହ୍ନ ୪ଟାରୁ ୯ଟା ପର୍ଯ୍ୟନ୍ତ ସ୍ଥଗିତ ରହିବ।

ଖବର ଅନୁଯାୟୀ, ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରର ଶୋଭାଯାତ୍ରା ଅବସରରେ ଏହି ରନୱେ ବର୍ଷକୁ ଦୁଇଥର ବନ୍ଦ ରହିଥାଏ। ମୂର୍ତ୍ତିଗୁଡ଼ିକର ପବିତ୍ର ସ୍ନାନ ପାଇଁ ଶ୍ୟାଙ୍ଗୁମୁଗମ୍ ବେଳାଭୂମି ଯାଏଁ ଶୋଭାଯାତ୍ରା ଯାଇଥାଏ। ଯେଉଁ ପରମ୍ପରା ବହୁ ଶତାବ୍ଦୀ ପୂର୍ବରୁ ଆରମ୍ଭ ହୋଇଥିଲା।

ବିମାନବନ୍ଦର ପରିଚାଳନା ପକ୍ଷରୁ କୁହାଯାଇଛି ଯେ ୧୯୩୨ ମସିହାରେ ବିମାନବନ୍ଦର ପ୍ରତିଷ୍ଠା ହେବା ପରଠାରୁ ଏହି ରୀତିନୀତି ଚାଲିଆସିଛି ଯାହାକି ଏହି ଅଞ୍ଚଳର ସଂସ୍କୃତି ଏବଂ ପରମ୍ପରାକୁ ବଜାୟ ରଖିବାରେ ସହାୟକ ହୋଇଛି।

ତେବେ ଐତିହାସିକଙ୍କ ଅନୁଯାୟୀ, ଯେତେବେଳେ ଥିରୁବନନ୍ତପୁରମରେ ବିମାନବନ୍ଦର ନିର୍ମାଣ କରାଯାଇଥିଲା, ସେତେବେଳେ ତ୍ରାଭାନକୋର ରାଜା ଶ୍ରୀ ଚିତୀରା ଥିରୁନାଲ କହିଥୀଲେ ଯେ ବର୍ଷକୁ ୩୬୪ଦିନ ସର୍ବସାଧାରଣଙ୍କ ପାଇଁ ଏହା ଖୋଲା ରହିବ ଓ ରାଜ ପରିବାରର କୁଳଦେବତା ଭଗବାନ ପଦ୍ମନାଭଙ୍କ ପାଇଁ ଦୁଇ ଦିନିଆ ଶୋଭାଯାତ୍ରା ହେବ।

Leave A Reply

Your email address will not be published.