Latest Odisha News

BREAKING NEWS

କାର୍ତ୍ତିକରେ ପରିବା ବଜାରରେ ନିଆଁ! ଆକାଶ ଛୁଆଁ ଦର

ଭୁବନେଶ୍ବର: ଧର୍ମ ମାସ କାର୍ତ୍ତିକର ଅଧା ଦିନ ବିତିଗଲାଣି ହେଲେ ଏବେବି ବଜାରରେ ଚଢା ଦରରେ ମିଳୁଛି ପନିପରିବା । ପ୍ରାୟ ଅଧିକାଂଶ ପରିବାରେ ତ ହାତ ମାରିବାକୁ ଡରୁଛନ୍ତି ଗ୍ରାହକ । ବଜାରରେ ଏବେ ପ୍ରାୟ ସବୁ ପରିବା ଦର ୬୦ ଉପରେ ରହିଛି । ଯାହାଦ୍ବାରା ରୋଷେଇଘରେ ସବୁଜ ପନିପରିବା ପାଇବା ଏବେ ସ୍ୱପ୍ନ ପାଲଟିଛି ।

ପରିବା ଦର ବୃଦ୍ଧି ହବିଷିଆଳୀଙ୍କ ହବିଷ ଡାଲମା ଉପରେ ମାଡ ସଦୃଶ ହୋଇଛି । କାର୍ତ୍ତିକ ମାସରେ ଅନେକ ଲୋକ ଆମିଷ ଖାଉନଥିବାରୁ ସବୁଜ ପନି ପରିବା ଉପରେ ନିର୍ଭର କରିଥାନ୍ତି ହେଲେ ଏଭଳି ଦରବୃଦ୍ଧି ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି ।

ଯଦି ରାଜଧାନୀର ପରବାଦର ଦେଖାଯାଏ ତେବେ ଅଧିକାଂଶ ପନିପରିବାର ମୂଲ୍ୟ କିଲୋଗ୍ରାମ ପିଛା ୬୦ ଟଙ୍କା ପାର ହୋଇଛି । ଆଜି ଖୁଚୁରା ବଜାରରେ ଆଳୁ କିଲୋଗ୍ରାମ୍ ପିଛା ୩୦ ଟଙ୍କା ଥିବାବେଳେ ୬୦ ଟଙ୍କା ରହିଛି ପିଆଜ ଦର । ସେହିପରି ସାରୁ ଓ ବନ୍ଧାକୋବି କିଲୋଗ୍ରାମ୍ ପିଛା ୬୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଟମାଟୋ ଦର କିଲୋଗ୍ରାମ୍ ପିଛା ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି ।

ପୋଟଳ କିଲୋଗ୍ରାମ ପିଛା ୮୦ ଟଙ୍କା, କାଙ୍କଡ଼ କିଲୋଗ୍ରାମ ପିଛା ୬୦ ରୁ ୮୦ ଟଙ୍କା, ଜହ୍ନି କିଲୋଗ୍ରାମ୍ ପିଛା ୪୦ ରୁ ୬୦, ଭେଣ୍ଡି କିଲୋଗ୍ରାମ୍ ପିଛା ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ବାଇଗଣ ଓ କାକୁଡ଼ି କିଲୋଗ୍ରାମ୍ ପିଛା ୬୦ ଟଙ୍କା, କଖାରୁ କିଲୋଗ୍ରାମ୍ ପିଛା ୪୦ ଟଙ୍କାରେ ବିକ୍ରି ହେଉଛି ।

ଫଳରେ ଏକ କେଜି ବଦଳରେ ଅଧା କେଜି ପରିବା କିଣିବାକୁ ବାଧ୍ୟହେଉଛନ୍ତି ଲୋକେ । ତେବେ କାର୍ତ୍ତିକ ମାସ ମଝାମଝିରେ ଯଦି ରାଜ୍ୟରେ ଏଭଳି ସ୍ଥିତି ଦେଖା ଦେଇଛି ତେବେ ପଞ୍ଚୁକରେ ଅବସ୍ଥା କଣ ହେବ ତାହାକୁ ନେଇ ଏବେଠୁ ଗ୍ରାହକ ଚିନ୍ତାରେ ।

Leave A Reply

Your email address will not be published.