Latest Odisha News

ଏକା ଥିବା ବେଳେ ଭୁଲରେ ବି ଦେଖନ୍ତୁ ନାହିଁ ଏହି ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଫିଲ୍ମ ଦେଖିବା ପ୍ରାୟ ସମସ୍ତଙ୍କ ପସନ୍ଦ l କିନ୍ତୁ ଫିଲ୍ମ କୁ ନେଇ ସମସ୍ତଙ୍କ ରୁଚି ଅଲଗା ପ୍ରକାର l କିଏ କମେଡି ଫିଲ୍ମ ଦେଖିବାକୁ ପସନ୍ଦ କରେ ତ କିଏ ଆକ୍ସନ ଫିଲ୍ମ l ସେହିପରି କେତେକ ଲୋକଙ୍କୁ ହରର ଫିଲ୍ମ ଦେଖିବାକୁ ଭଲ ଲାଗେ l ସେଥିମଧ୍ୟ କେତେକ ଲୋକ ଅଛନ୍ତି ଯେଉଁମାନେ ହରର ଫିଲ୍ମ କେବଳ ରାତିରେ କିମ୍ବା ଏକ ଥିବା ବେଳେ ଦେଖିବାକୁ ପସନ୍ଦ କରନ୍ତି l ତେବେ ଏପରି କିଛି ରୁଚି ଯଦି ଆପଣଙ୍କର ଥାଏ କିମ୍ବା ଆପଣ ମଧ୍ୟ ରାତିରେ ଏକା ଥିବା ବେଳେ ହରର ଫିଲ୍ମ ଦେଖୁଛନ୍ତି ତେବେ ଭୁଲରେ ବି ଦେଖନ୍ତୁ ନାହିଁ ଏହି ଫିଲ୍ମ l କାରଣ ଏହି ଫିଲ୍ମ ଏତେ ଭୟଙ୍କର ଯେ ଆପଣ ସହଜେ ଏହାକୁ ଦେଖିବା ସମ୍ଭବ ହେଇପାରିବନି l

ତେବେ ଏହି ଚଳଚ୍ଚିତ୍ରଟି କେବଳ ହରର ନୁହେଁ ବରଂ ଆକ୍ସନ, ଡ୍ରାମାରେ ମଧ୍ୟ ଭରପୁର l ଚଳଚ୍ଚିତ୍ରର କାହାଣୀ ଏବଂ ପ୍ରତ୍ୟେକ ଦୃଶ୍ୟ ଏପରି ଭାବରେ ତିଆରି ହୋଇଛି ଯେ ଚଳଚ୍ଚିତ୍ରଟି ରିଲିଜ ହେବା ମାତ୍ରେ ହିଁ ବକ୍ସ ଅଫିସରେ ଧମାଲ କରିଥିଲା l ଚଳଚ୍ଚିତ୍ରର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଏବଂ ସୁଟିଂ ଏତେ ଦମଦାର ଯେ ଏହି ଚଳଚ୍ଚିତ୍ରକୁ ସମସ୍ତ ହରର ଚଳଚ୍ଚିତ୍ରର ପିତା ବୋଲି କୁହାଯାଏ l ମାତ୍ର ୫ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ସବୁ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି। ତେବେ ଦୀର୍ଘ ୬ ବର୍ଷ ପରେ ଏହି ଚଳଚ୍ଚିତ୍ରଟି ଚଳିତବର୍ଷ ପୁଣିଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​l ଏତେ ବର୍ଷ ପରେ ମଧ୍ୟ ଚଳଚ୍ଚିତ୍ରଟି ଏବେ ୨୭.୧ କୋଟି ଟଙ୍କା ଆୟ କରିଛି l

ପୁନର୍ବାର ମୁକ୍ତିଲାଭ କରିଥିବା ସମସ୍ତ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି ଏହି ଚଳଚ୍ଚିତ୍ର l ଏବେ ଆପଣ ଭାବୁଥିବେ ଏହା ଏମିତି କିପରି ଫିଲ୍ମ ଯାହାକୁ ନେଇ ଏତେ ଚର୍ଚ୍ଚା l ତେବେ ଫିଲ୍ମଟି ହେଉଛି ‘ତୁମ୍ବାଡ଼’ l ଫିଲ୍ମ ‘ତୁମ୍ବାଡ଼’ ୨୦୧୮ରେ ମୁକ୍ତିଲାଭ କରିଥିଲା ​l ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୋହମ୍ ଶାହା l ବିନାୟକ ରାଓ ଭୂମିକାରେ ନଜର ଆସିଥିଲେ ସୋହମ l ଏହା ବ୍ୟତୀତ ଜ୍ୟୋତି, ଧୁଣ୍ଡିରାଜ ପ୍ରଭାକର, ମହମ୍ମଦଲ ସମଦ, ରୋଞ୍ଜିନୀ ଚକ୍ରବର୍ତ୍ତୀ ଆଦି ଏହି ଚଳଚିତ୍ରରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ରହିଲ ଅନିସଲ ବରବେl ଏବଂ ଆନନ୍ଦ ଗାନ୍ଧୀ। ଏହି ଚଳଚ୍ଚିତ୍ରର ପୁରା କାହାଣୀ ‘ତୁମ୍ବାଡ଼’ ନାମକ ଏକ ଗାଁକୁ ନେଇ ହୋଇଛି l

କାହାଣୀଟିକୁ ତିନି ଭାଗରେ ଚଳଚ୍ଚିତ୍ରରେ ବଣ୍ଟାଯାଇଛି l ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅଭିନେତାଙ୍କ ପିଲାଦିନ ଦେଖେଇଥିବା ବେଳେ ଦ୍ୱିତୀୟଟିରେ ଅଭିନେତାଙ୍କ ଯୁବକ ଅବସ୍ଥା ଏବଂ ତୃତୀୟଟିରେ ତାଙ୍କର ବୃଦ୍ଧାବସ୍ଥା ଦେଖେଇଛି l କାହାଣୀର ଆରମ୍ଭ ୧୯୧୮ ମସିହାରୁ ହୋଇଛି l ଫିଲ୍ମରେ ବିନାୟକ ରାଓ ତାଙ୍କ ମା ଏବଂ ଭାଇଙ୍କ ସହ ‘ତୁମ୍ବାଡ଼’ ଗାଁରେ ରୁହନ୍ତି l ସେଠାରେ ଥିବା ଏକ କୋଠରୀରେ ତାଙ୍କର ଜେଜେମା’ ରୁହନ୍ତି l ମାତ୍ର ସେଠାକୁ ଯିବା ଆସିବାକୁ ସମସ୍ତଙ୍କୁ ବାରଣ କରାଯାଇଥାଏ l ଲୋକଙ୍କ କହିବା ଅନୁସାରେ ଚଳଚ୍ଚିତ୍ରରେ କଠୋରୀରେ ଥିବା ମହିଳା ଏବଂ ତାଙ୍କ ସ୍ୱର ଏତେ ଭୟଙ୍କର ଯେ ଏହାକୁ ଥରେ ଯିଏ ବି ଶୁଣିବା ସେ ସହଜେ ତାକୁ ଭୁଲି ପାରିବ ନାହିଁ l ତେବେ ଏହି ଭୟଙ୍କର ହଲିଉଡ଼ ହରର ଫିଲ୍ମକୁ ହାର୍ଟ ରୋଗୀ ଏକା ଦେଖିବା ଅନୁଚିତ l ତେବେ ଆପଣ ଚାହିଁଲେ ଏହି ଚଳଚ୍ଚିତ୍ରକୁ ଓଟିଟି ପ୍ଲାଟଫର୍ମରେ ଦେଖିପାରିବେ l ଆମାଜନ ଏବଂ ନେଟଫ୍ଲିକ୍ସ ମଧ୍ୟ ଏହି ଚଳଚ୍ଚିତ୍ର ଉପଲବ୍ଧ l

Comments are closed.