Latest Odisha News

ରାଜନୀତିରୁ ସନ୍ୟାସ ନେବେ କି ଶରଦ? କହିଲେ, ୧୪ ନିର୍ବାଚନ ଲଢିଲେଣି, କେଉଁଠି ତ…

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଏବେ ସରଗରମ ମହାରାଷ୍ଟ୍ର ରାଜନୀତି । ଏହାରି ଭିତରେ ଏବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାଓ୍ବାର ରାଜନୀତିରୁ ସନ୍ୟାସ ଗ୍ରହଣ କରିବା ନେଇ ସଙ୍କେତ ଦେଇଛନ୍ତି । ୧୪ ଥର ନିର୍ବାଚନ ଲଢିଲେଣି, କେଉଁଠି ତ ବିଶ୍ରାମ ନେବାକୁ ପଡିବ ବୋଲି କହି ଅବସର ଚର୍ଚ୍ଚାକୁ ଇନ୍ଧନ ଦେଇଛନ୍ତି ଶରଦ ।

୮୩ ବର୍ଷିୟ ଶରଦ କହିଛନ୍ତି, ମୁଁ ସରକାରରେ ନାହିଁ । ରାଜ୍ୟ ସଭାରେ ମୋର କାର୍ଯ୍ୟକାଳ ଆହୁରି ଦେଢବର୍ଷ ରହିଛି । ୧୮ ମାସ ପରେ ରାଜ୍ୟସଭା କାର୍ଯ୍ୟକାଳ ସମାପ୍ତ ହେବା ପରେ ମୁଁ ଭବିଷ୍ୟତରେ ଆଉ ନିର୍ବାଚନ ଲଢିବାକୁ ଚାହୁଁନାହିଁ । ମୋତେ କେଉଁଠି ନା କେଉଁଠି ବିଶ୍ରାମ ନେବାକୁ ପଡିବ ।  ତେବେ ଏହାରି ଭିତରେ ବାରାମତି ଆସନରୁ ତାଙ୍କୁ ୧୪ ଥର ସାଂସଦ କରିଥିବାରୁ ଭୋଟରଙ୍କୁ ଧନ୍ୟବାଦ ଦେିଛନ୍ତି । ଯାହାକୁ ନେଇ ବିଧାନସଭା ନିର୍ବାଚନ ପରେ ଶରଦ ରାଜନୀତିରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ଧରିଛି ।

ତେବେ କହିରଖୁଛୁ, ରାଷ୍ଟ୍ରବାଦୀ କଂଗ୍ରେସର ପାର୍ଟିର ମୁଖ୍ୟ ଶରଦ ପାଓ୍ବାର ଗତବର୍ଷ ମଧ୍ୟ ନିଜର ରାଜନୀତିରୁ ଅବସର ନେବା ନେଇ ଘୋଷଣା କରିଥିଲେ । ହେଲେ ଏନସିପି ନେତା ଏବଂ କର୍ମକର୍ତ୍ତାଙ୍କ ଅନୁରୋଧ ତଥା ବିରୋଧ ପ୍ରଦର୍ଶନ କ୍ରମେ ଶରଦ ତାଙ୍କର ନିଷ୍ପତ୍ତି ବଦଳାଇଥିଲେ ।

Comments are closed.