Latest Odisha News

ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲା: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି  ଶଙ୍ଖ ଭବନରେ ଛାତ୍ରମାନଙ୍କ ପାଇଁ ବିଜୁ ଜନତା ଦଳର ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ ଅଭିଯାନ ଏବଂ ତିରିଶ ଜିଲ୍ଲା ପାଇଁ  ଡିଜିଟାଲ ଭଲ୍ୟୁଣ୍ଟର କର୍ମଶାଳାକୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ସଭାରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ଆମର ଛାତ୍ର ମାନେ, ଆମ ଯୁବକ ମାନେ, ହେଉଛନ୍ତି ମୋ ଦଳର ଭବିଷ୍ୟତ । ସ୍ୱାସ୍ଥ୍ୟ ସେବାରେ ଫେଲ ମାରିଛି ବିଜେପି ସରକାର। ଆମର ବାର ବର୍ଷର ତପସ୍ୟାକୁ ଏମାନେ ଶୁଖୁଆ ପୋଡାରେ ସାରିଦେଲେ ବୋଲି ପ୍ରକାଶ କରି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ମୁଁ ସବୁବେଳେ କହି ଆସିଛି ଏବଂ ଆଜି ମଧ୍ୟ ଅନୁରୋଧ କରୁଛି ଯେ ଆପଣମାନେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତୁ । ବିରୋଧୀଙ୍କ ଅପପ୍ରଚାରର କଡା ଜବାବ ଦିଅନ୍ତୁ।  ସେ ଆହୁରି କହିଥିଲେ, ସଭ୍ୟ ସଂଗ୍ରହ ଅଭିଯାନ ଗୋଟେ ରାଜନୈତିକ ଦଳର ଏକ ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ । ପ୍ରତି ସଭ୍ୟ ହେଉଛନ୍ତି ଦଳର ଗୋଟିଏ ଗୋଟିଏ ସ୍ତମ୍ଭ ।
ବିଜୁ ଜନତା ଦଳ  ସରକାର ସମୟରେ, ବହୁତ ଭଲ କାମ ହୋଇଛି ।
ଆମ ସରକାରଙ୍କ ଯୋଜନା, ଅନ୍ୟ ମାନଙ୍କ ପାଇଁ, ଆଦର୍ଶ ହୋଇଛି । ଭାରତ ସରକାର ବି, ଆମର ଅନେକ ଯୋଜନା, ଗ୍ରହଣ କରିଛନ୍ତି। ଭୋଟ ବ୍ୟାଙ୍କ ସୃଷ୍ଟି କରିବା, କେବେ ବି ଆମର ଲକ୍ଷ୍ୟ ନ ଥିଲା । କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କ ଗାଁର ଆମ୍ବ ଟାକୁଆ ଖାଇବା ଘଟଣା ବିଷୟ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ, ବିକାଶ ଓ କଲ୍ୟାଣ ହେଉଛି, ଆମର ଲକ୍ଷ୍ୟ । ଆମ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନା ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଶକ୍ତି ଦେଇଥିଲା। ଏବେ ବିନା କାରଣରେ ଗରିବ ଆଦିବାସୀ ଭାଈ ଭଉଣୀମାନଙ୍କ ଚାଉଳକୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି।  ତେଣୁ  ସେମାନଙ୍କୁ ଆମ୍ବ ଟାକୁଆ ଖାଇବାକୁ ପଡୁଛି। ବହୁତ ଦୁଃଖର କଥା ଏଥିପାଇଁ ଦୁଇଜଣ ଆଦିବାସୀ ମହିଳା ପ୍ରାଣ ହରାଇଛନ୍ତି ଓ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି।  ଆମର ବାର ବର୍ଷର ତପସ୍ୟାକୁ ଏମାନେ ଶୁଖୁଆ ପୋଡାରେ ସାରିଦେଲେ ବୋଲି ପ୍ରକାଶ କରି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି।

Comments are closed.