ସିମଲା: ସାଧାରଣ ସିଙ୍ଗଡାକୁ ନେଇ ଏବେ ଉଠୁଛି ପଡୁଛି ରାଜନୀତି । ସରକାରଙ୍କ ଠାରୁ ନେଇ ବିରୋଧୀ, ଏମିତିକି ସିଆଇଡି ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ସିଙ୍ଗଡା ମିଳିନାହିଁ, ତାକୁ ନେଇ ଏବେ ଆରମ୍ଭ ହୋଇଛି ତଦନ୍ତ । ସ୍ଥିତି ଏମିତି ହୋଇଛି ଯେ ଏବେ ସିଆଇଡି ଅଫିସର ସିଙ୍ଗଡା ହଜିବାର ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ହଜିବା ଘଟଣାକୁ ସରକାର ବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇଛି ତଦନ୍ତକାରୀ ସଂସ୍ଥା । ଏଭଳି ହାସ୍ୟସ୍ପଦ ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ ।
ବାସ୍ତବରେ ଗତ ଅକ୍ଟୋବର ମାସ ୨୧ ତାରିଖରେ ସିମଲା ସିଆଇଡି ମୁଖ୍ୟାଳୟରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମ ରହିଥିବା ବେଳେ ସେଠି ସିଆିଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ନାକ୍ସ ବ୍ୟବସ୍ଥା କରାଯାଇଥିଲା । ହେଲେ ଭୁଲ ବଶତଃ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଥିବା ସ୍ବତନ୍ତ୍ର ସିଙ୍ଗଡା ବକ୍ସଟି, ତାଙ୍କୁ ସୁରକ୍ଷା କର୍ମୀଙ୍କୁ ଦେଇଦିଆଯାଇଥିଲା । ଯାହାକୁ ନେଇ ଆରମ୍ଭ ହୋଇଥିଲା ପୂରା ଘଟଣା । ଘଟଣାକୁ ନିଜ ଆଡୁ ତଦନ୍ତ କରି ସିଆଇଡି, ଏହାକୁ ସିଆଇଡି ବିରୋଧୀ ଏବଂ ସରକାର ବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇଛି । ଯାହା ଏବେ ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚା ପାଲଟିଛି ।
ଏହାକୁ ନେଇ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛି ବିରୋଧୀ ବିଜେପି । ବିଜେପି ମୁଖପାତ୍ର ରନ୍ଧିର ଶର୍ମା କହିଛନ୍ତି, ସରକାରଙ୍କର ହିମାଚଳ ପ୍ରଦେଶର ବିକାଶକୁ ନେଇ ଚିନ୍ତା ନାହିଁ, ହେଲେ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡାଟା କୁଆଡେ ଗଲା, ତାହା ଏବେ ଚିନ୍ତାର କାରଣ ହୋଇଛି । ସରକାରୀ ଅଧିକାରୀ ଏବେ ଲଜ୍ଜିତ କି ମୁଖ୍ୟମନ୍ତ୍ରୀଙ୍କ ଭଳି ଭିଭିଆଇପି କାର୍ଯ୍ୟକ୍ରମକୁ ଆସିଥିବା ବେଳେ ଏଭଳି ବଡ ତ୍ରୁଟି ହେଲା । ଯାହାକୁ ନେଇ ଏବେ ସୋସିଆଲ ମିଡିଆାରେ ସମାଲୋଚିତ ହେଉଛନ୍ତି ହିମାଚଳ ପ୍ରଦେଶ ସରକାର ।
Comments are closed.