Latest Odisha News

ଦୁଗ୍ଧ ଚାଷୀ ପାଲଟିଛନ୍ତି ଏହି ଲୋକପ୍ରିୟ ଓଡ଼ିଆ ଅଭିନେତା

ଭୁବନେଶ୍ୱର: ଓଡ଼ିଶା ଅଭିନୟ ଜଗତର ଲୋକପ୍ରିୟ ଅଭିନେତା ଅଶୋକ ଦାସ ବର୍ତ୍ତମାନ କରୁଛନ୍ତି ଦୁଗ୍ଧ ବ୍ୟବସାୟ । ଉଭୟ ଛୋଟ ଇ ବଡ଼ ପରଦାରେ ନିଜ ଅଭିନୟଏ ଯାଦୁ ଦେଖାଇଥିବା ଅଶୋକ ବର୍ତ୍ତମାନ ଜଣେ ସଫଳ ଦୁଗ୍ଧ ଚାଷୀ।

ପ୍ରତିଶୋଧ ଅପରାଧ ନୁହେଁ, ସନ୍ତାନ, ବ୍ୟାଚେଲର, ଏସିପି ସାଗରିକା ଏବଂ ମୀମାଂସା ଭଳି ସିନେମା ଏବଂ ମେଗା ଧାରାବାହିକ ‘କଥା କହୁଥିଲେ ସରିବନି’ରେ ଦର୍ଶକ ଦେଖିଥିଲେ ଅଶୋକ ଦାସଙ୍କ ପ୍ରଭାବଶାଳୀ ଅଭିନୟ ।

ସକାଳ ହେଲେ କ୍ଷୀର ନେବା ପାଇଁ ଜମୁଛି ଓଲିଉଡର ଏହି ଅଭିନେତାଙ୍କ ଘର ଆଗରେ ଲୋକଙ୍କ ଭିଡ଼ ଜମେ । ଜଣେ ସଫଳ ଅଭିନେତା ହେବା ସହ ଜଣେ ସଫଳ ଦୁଗ୍ଧ ଚାଷୀ ଭାବେ ନିଜ ଅଂଚଳରେ ପ୍ରତିଷ୍ଠିତ ହୋଇପାରିଛନ୍ତି ଅଶୋକ ଦାସ ।

କିଛି ବର୍ଷ ତଳୁ ଅଭିନୟ ପେଶାରୁ ସମୟ ବାହାର କରି, ଗୋପାଳନ କ୍ଷେତ୍ରରେ ମନୋନିବେଶ କରିଥିଲେ ଅଶୋକ । ଆଉ ଆଜି ତାଙ୍କର ରହିଛି ଏକ ସ୍ୱତନ୍ତ୍ର ଗାଈ ଫାର୍ମ । ଦିନକୁ ୩୦୦ ଲିଟର କ୍ଷୀର ତାଙ୍କ ଗାଈ ଫାର୍ମରୁ ବାହାରିଥାଏ । ଆଉ ଏହି କ୍ଷୀରକୁ କୌଣସି ସଂସ୍ଥା କି ବ୍ୟବସାୟୀଙ୍କୁ ଦେବା ବଦଳରେ ସିଧାସଳଖ ଲୋକଙ୍କୁ ବିକ୍ରି କରିଥାନ୍ତି ଅଶୋକ ଦାସ ।

ଅଭିନୟ ସହ ଗୋପାଳନକୁ ପ୍ରାଧାନ୍ୟ ଦେଇ ଜଣେ ସଫଳ ଦୁଗ୍ଧ ଚାଷୀ ହୋଇପାରିଛନ୍ତି ଅଶୋକ ଦାସ , ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି । ଅନୁଗୁଳ ସହର ଅମଲାପଡାରେ ରହିଛି ତାଙ୍କର ଘର । ଯେଉଁଠି ସେ ଖୋଲିଛନ୍ତି ନିଜ ଗୋପାଳନ ଫାର୍ମ ।

Comments are closed.