Latest Odisha News

ମୁମ୍ବାଇ ଏୟାରପୋର୍ଟକୁ ଉଡାଇବାକୁ ଧମକ, ବଢିଲା ସୁରକ୍ଷା

ମୁମ୍ବାଇ: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ଧମକ ମିଳିଛି। ବୁଧବାର ଅପରାହ୍ନରେ ଜଣେ ଅଜ୍ଞାତ ବ୍ୟକ୍ତି ବିମାନବନ୍ଦରକୁ ବୋମା ଆତଙ୍କ ନେଇ ସୂଚନା ଦେଇଛନ୍ତି। ଯାହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି।

ଉକ୍ତ ଅଜ୍ଞାତ ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ ଜଣେ ଯାତ୍ରୀ ତାଙ୍କ ସହିତ ବିସ୍ଫୋରକ ସାମଗ୍ରୀ ନେଇ ଯାତ୍ରା କରୁଛନ୍ତି। ତେବେ ଟର୍ମିନାଲ୍ ୧ରେ ଥିବା ସିଆଇଏସଏଫ କଣ୍ଟ୍ରୋଲ୍ ରୁମ୍ ଏହି ଧମକ ସୂଚନା ପାଇଥିଲା। ଏପରିକି ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କ ନାମ ପ୍ରକାଶ କରିବା ସହ ସେ ମ୍ବାଇରୁ ଆଜେରବାଇଜାନ ଯାଉଛନ୍ତି ତାଙ୍କ ପାଖରେ ବିସ୍ଫୋରକ ସାମଗ୍ରୀ ଅଛି ବୋଲି କହିଥିଲେ। ଯାହା ପରେ ତୁରନ୍ତ ସିଆଇଏସଏଫ ଦଳକୁ ସତର୍କ କରାଯାଇଥିଲା।

ପରେ ତୁରନ୍ତ ଯାଞ୍ଚ ପାଇଁ ବିମାନବନ୍ଦରରେ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଥିଲା। ବିମାନ ବନ୍ଦରର ତନ୍ନ ତନ୍ନ କରି ଯାଞ୍ଚ ଚାଲିଛି। ସେହିପରି ସୁରକ୍ଷା ନିଶ୍ଚିତ କରିବାକୁ ପୁଲିସ ଯାତ୍ରୀଙ୍କ ବିବରଣୀ ଯାଞ୍ଚ କରୁଛି। କିଏ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ କରିଥିଲା ସେ ନେଇ ତଦନ୍ତ ଚାଲିଛି।

Comments are closed.