ବାରିପଦା: ମହାରାଷ୍ଟ୍ରରୁ ଅଣାଯାଇଥିବା ନୂଆ ବାଘୁଣୀକୁ ଶିମିଳିପାଳ କବାଟଘାଇ ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବ ।ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ଶିମିଳିପାଳ ନର୍ଥର ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ ଛଡ଼ାଯିବ । ତେବେ ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଆସିଥିବା ବାଘୁଣୀର ବୟସ ୩ ବର୍ଷ । ବାଘୁଣୀର ନାମ ଜିନତ୍ ରଖା ଯାଇଥିବା ପିସିସିଏଫ୍ଙ୍କ ସୂଚନା ।
ସୂଚନା ଅନୁସାରେ, ‘ଯମୁନା’ ପରେ ଗତକାଲି ଶିମିଳିପାଳକୁ ଆସିଛି ଦ୍ବିତୀୟ ବାଘୁଣୀ ‘ଗଙ୍ଗା’। ଗତ ୭ ତାରିଖ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲକୁ ଯାଇଥିଲା ଶିମିଳିପାଳର ଏକ ସ୍ବତନ୍ତ୍ର ୧୦ ଜଣିଆ ଟିମ୍ । ତଡ଼ବା ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରାଯାଇ ବାଘୁଣୀକୁ ସ୍ଵତନ୍ତ୍ର ଜନ୍ତାରେ ଶିମିଳିପାଳକୁ ଅଣାଯାଇଛି ।
ପୂର୍ବରୁ ଗତ ଅକ୍ଟୋବର ୨୮ରେ ଶିମିଳିପାଳକୁ ଆସିଥିଲା ଯମୁନା । ମହାରାଷ୍ଟ୍ରରୁ ଆସିଥିବା ଅଢେଇ ବର୍ଷର ବାଘୁଣୀ ଯମୁନାକୁ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣରେ ଛଡ଼ା ଯାଇଥିଲା । ଏବେ ଦ୍ବିତୀୟ ବାଘୁଣୀ କୁ ଶିମିଳିପାଳ ଅଣାଯାଇଛି ।