Latest Odisha News

BREAKING NEWS

MKCG ମେଡିକାଲରେ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ 

ଭୁବନେଶ୍ୱର: ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଯୋଡ଼ା ମୁଣ୍ଡ ଶିଶୁକୁ ଜନ୍ମ ଦେଇଛନ୍ତି।

ଉକ୍ତ ମହିଳା କନ୍ଧମାଳ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ନବଜାତ ଶିଶୁଟିର ଗୋଟିଏ ଶରୀର ଓ ଗୋଟିଏ ହୃଦୟ ଥିବାବେଳେ ଦୁଇଟି ମୁଣ୍ଡ ରହିଛି। ବର୍ତ୍ତମାନ ଶିଶୁଟିକୁ ମେଡିକାଲ୍ କଲେଜର ସ୍ପେଶାଲ୍ ନ୍ୟୁବର୍ଣ୍ଣ କେୟାର ୟୁନିଟ୍ (SNCU) ରେ ରଖାଯାଇ ଚିକିତ୍ସା କରାଯାଉଛି।

ବିଶେଷଜ୍ଞମାନେ ଏହି ଅତ୍ୟନ୍ତ ବିରଳ ସ୍ଥିତିକୁ ‘କ୍ରାନିଓପାଗସ୍ ପାରାସାଇଟିକ୍’ (craniopagus parasiticus) ବୋଲି ଚିହ୍ନଟ କରିଛନ୍ତି। ଏହା ଯୋଡ଼ା ଶିଶୁ ଜନ୍ମ ହେବାର ଏକ ପ୍ରକାର ଭେଦ।

ଶିଶୁଟିକୁ ଉନ୍ନତମାନର SNCU ସୁବିଧା କେନ୍ଦ୍ରରେ କ୍ରମାଗତ ନଜରରେ ରଖାଯାଇଛି। ଯେଉଁଠାରେ ଡାକ୍ତରମାନେ ଶ୍ୱାସକ୍ରିୟା, ହୃଦସ୍ପନ୍ଦନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

Leave A Reply

Your email address will not be published.