Latest Odisha News

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ପାକିସ୍ତାନ ଓହରିଲେ ଭାରତ ହୋଇପାରେ ଆୟୋଜକ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆୟୋଜନ ନେଇ ସମସ୍ତ ବିବାଦର ଅନ୍ତ ଏ ପର୍ଯ୍ୟନ୍ତ ଘଟିନାହିଁ । ବିସିସିଆଇ ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନକୁ ଯିବା ପାଇଁ ମନା କରିଦେଇଛି । ଅପରପକ୍ଷରେ ପାକିସ୍ତାନ ହାଇବ୍ରିଡ ମଡେଲରେ ଏହାକୁ ଆୟୋଜନ କରିବା ପାଇଁ ରାଜି ନାହିଁ । ଚାମ୍ପିୟନ୍ସ ଟ୍ରଫି କେଉଁଠାରେ ଆଇସିସି ଏବେ ଅଫିସିଆଲ ଭାବେ କୌଣସି ଘୋଷଣା କରି ନାହିଁ । ପାକିସ୍ତାନ ଯଦି ଜିଦ ଧରେ ତେବେ ତାର ହାତରୁ ଏହାର ଆୟୋଜକ ଅଧିକାର ଖସି ଯାଇପାରେ । ଏପରି ପରିସ୍ଥିତିରେ ଭାରତ ଏହାକୁ ଆୟୋଜିତ କରିବା ସମ୍ଭାବନା ରହିଛି । ଏହା ସମ୍ଭାବନା ବହୁତ କମ ଥିଲେ ମଧ୍ୟ ଅସମ୍ଭବ ନୁହେଁ ବୋଲି ଆଇସିସିର ଜନୈକ ଅଧିକାରୀ କହିଛନ୍ତି । ଏବେ ପିସିବି ବିସିସିଆକୁ ପାକିସ୍ତାନ ଖେଳିବା ପାଇଁ ଆସିବ କି ନାହିଁ ଅଫିସିଆଲ ଉତର ମାଗିଛି ।

ବିସିସିଆଇ କେଉଁ କାରଣ ପାଇଁ ପାକିସ୍ତାନ ଯାଉ ନାହିଁ ତାର ଲେଖା ପ୍ରସ୍ତୁତ କରୁଛି । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଆୟୋଜନ ହୋଇନି । ଭାରତ କେବଳ ଆଇସିସି ଓ ଏସିସି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛି । ଆଇସିସି ଅବଶ୍ୟ ଉଭୟ ଭାରତ ଓ ପାକିସ୍ତାନ ନେଇ ସମାନ ଭାବରେ ଚିନ୍ତା କରିବ । ଚାମ୍ପିୟନ୍ସ ଟ୍ରଫି କାର୍ଯ୍ୟକ୍ରମ ବହୂତ ପୂର୍ବରୁ ସ୍ଥିର ହୋଇଛି । ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ ପାକିସ୍ତାନ ଗସ୍ତରେ ଯିବା ନେଇ କୌଣସି ଆପତି ଉଠାଇ ନାହାନ୍ତି ।

Leave A Reply

Your email address will not be published.