ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ଏତଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଦିଆଯାଇଛି ଏତଲା । ପୁରୀ ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ନାଁରେ ଥିବା ଜମିକୁ ଜବରଦଖଲ କରି ବେଆଇନ ଭାବେ ହସ୍ତାନ୍ତର ଉଦ୍ୟମ ଅଭିଯୋଗ ହୋଇଥିବା ଜାଣିବାକୁ ମିଳିଛି।
ମହାପ୍ରଭୁ ଜଗନ୍ନାଥଙ୍କ ମୋଟ ୧୦୯ଟି ପ୍ଲଟକୁ ବେଆଇନ୍ ଭାବେ ହାତେଇବା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବନି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି। ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ଏଭଳି ବେଆଇନ ହସ୍ତାନ୍ତର ସମ୍ପୂର୍ଣ୍ଣ ଅବୈଧ ହୋଇଥିବାବେଳେ ଏଥିରୁ ନିବୃତ୍ତ ରହିବାକୁ ବ୍ୟକ୍ତି ଏବଂ ଅନୁଷ୍ଠାନକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ, ମାର୍ଫତ ପରିଚାଳନା କମିଟିଙ୍କ ସମସ୍ତ ଜମି ପଟ୍ଟାଗୁଡିକର ଏବେ କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଚାଲୁ ରହିଛି। ବିକ୍ରିବଟା ବା ଲିଜ ଇଦ୍ୟାଦିକୁ ସଂପୂର୍ଣ୍ଣ ରୂପେ ସ୍ୱଚ୍ଛ କରିବା ଆମର ଲକ୍ଷ୍ୟ ବୋଲି ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି କହିଛନ୍ତି।
Comments are closed.