Latest Odisha News

୨୦୩୧ ସୁଦ୍ଧା ଭାରତର ଅର୍ଥନୀତି ୭ ଟ୍ରିଲିୟନ ଡଲାର ହେବା ସମ୍ଭାବନା

ନୂଆଦିଲ୍ଲୀ: ୨୦୩୧ ସୁଦ୍ଧା ଭାରତୀୟ ଅର୍ଥନୀତିର ମୂଲ୍ୟ ୭ ଟ୍ରିଲିୟନ ଡଲାର ହେବ ଓ ଏହି ଅବଧି ମଧ୍ଯରେ ଦେଶର ଜିଡିପିର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ପ୍ରାୟ ୬.୭ ପ୍ରତିଶତ ହେବ। ଏନେଇ ରେଟିଂ ଏଜେନ୍ସି କ୍ରିସିଲ୍ ଦ୍ୱାରା ପ୍ରକାଶିତ ରିପୋର୍ଟରେ ସୂଚନା ଦିଆଯାଇଛି।

ଏହା ସହିତ ଆହୁରି ମଧ୍ଯ କୁହାଯାଇଛି ଯେ ଆର୍ଥିକ ବର୍ଷ ୨୦୨୫ରୁ ଆର୍ଥିକ ବର୍ଷ ୨୦୩୧ ପର୍ଯ୍ୟନ୍ତ ବାର୍ଷିକ ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିବ। ଯାହାକି ମହାମାରୀ ପୂର୍ବରୁ ଥିବା ଅଭିବୃଦ୍ଧି ହାର ସହିତ ସମାନ ହେବ।

ତେବେ ଅଧିକ ସୁଧ ହାର ଏବଂ  ଋଣ ନିୟମ ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ପ୍ରାୟ ୬.୮ ପ୍ରତିଶତ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ଆଧାରିତ ମହଙ୍ଗା ଦର ୨୦୨୪-୨୫ରେ ହାରାହାରି ୪.୫ ପ୍ରତିଶତ ହେବ। ଯାହାକି ଗତ ବର୍ଷର ହାରାହାରି ୫.୪ ପ୍ରତିଶତ ତୁଳନାରେ କମ୍ ବୋଲି ମଧ୍ଯ ଆକଳନ କରାଯାଇଛି।

Comments are closed.