Latest Odisha News

BREAKING NEWS

‘ଦ ସାବରମତି ରିପୋର୍ଟ’କୁ ମୋଦିଙ୍କ ପ୍ରଶଂସା; କହିଲେ ସତ ସାମ୍ନାକୁ ଆସୁଛି

ନୂଆଦିଲ୍ଲୀ: ଅଭିନେତା ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ନିକଟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଗୋଧ୍ରା ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଫିଲ୍ମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ଯ ଦୃଷ୍ଟି ଆକର୍ଷଣ କରିଛି।

ସେ ଏହି ଫିଲ୍ମକୁ ପ୍ରଶଂସା କରିବା ସହ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ଯ କରିଛନ୍ତି, ଏହା ଏକ ଭଲ କଥା ଯେ ସତ୍ୟ ବାହାରକୁ ଆସୁଛି ଏବଂ ତାହା ମଧ୍ୟ ଏକ ରୂପରେ ଯାହାକୁ ସାଧାରଣ ଜନତା ଦେଖିପାରିବେ। ଏକ ଭୁଲ୍ କାହାଣୀ ଏବଂ ମିଛ କେବଳ ସୀମିତ ସମୟ ପାଇଁ ଚାଲିଥାଏ। ଶେଷରେ ସତ୍ୟ ପଦାକୁ ଆସିଥାଏ।

ତେବେ ନଭେମ୍ବର ୧୫ରେ ମୁକ୍ତିଲାଭ କରିଥିଲା ‘ଦ ସାବରମତି ରିପୋର୍ଟ’।

ଏହି ଫିଲ୍ମରେ ବିକ୍ରାନ୍ତ ମେସି ଲିଡ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟରେ ରିଧି ଡୋଗରା ଓ ରାଶି ଖନ୍ନା ମୁଖ୍ୟ ନାୟିକା ରୋଲ ପ୍ଲେ କରିଛନ୍ତି। ଧୀରଜ ସରନା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏକତା କପୁର ଏହାର ପ୍ରଡକ୍ସନ ଦାୟିତ୍ୱ ସମ୍ଭାଳିଛନ୍ତି।

Comments are closed.