Latest Odisha News

BREAKING NEWS

ଟି୨୦ରେ ଟିମ ଇଣ୍ଡିଆର ରାଜୁତି

୨୦୦୭ ପରେ ଭାରତ ୨୦୨୪ରେ ଆଇସିସି ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିଛି । ଏହି ବିଜୟ ପୂନର୍ବାର ଭାରତୀୟ କ୍ରିକେଟକୁ ଏକ ନୂଆ ଦିଗ ପ୍ରଦାନ କରିଛି । ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ପରେ ଏବେ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଯୁବ ବାହିନୀ ଏହି ରାଜୁତିକୁ ଆଗକୁ ବଢ଼ାଇଛନ୍ତି । ନିର୍ଭୀକ ଏବଂ ଚାପମୁକ୍ତ କ୍ରିକେଟରେ ଆମ ଖେଳାଳିମାନେ ଅନ୍ୟମାନଙ୍କୁ ପଛରେ ପକାଇବାରେ ଲାଗିଛନ୍ତି । ଅବଶ୍ୟ ଏହାର ଶ୍ରେୟ ଆଇପିଏଲକୁ ଯିବ । ଆନ୍ତର୍ଜାତୀୟ ଖେଳାଳିଙ୍କ ସହ ଚାପଭରା ମୁକାବିଲା ଯୁବ ଖେଳାଳି ଖୁବ କମ ବୟସରେ ଅଭିଜ୍ଞ କରାଇ ଦେଉଛି । ଅବଶ୍ୟ ଏହା ଭିନ୍ନ କଥା ଭାରତର ଟେଷ୍ଟ କ୍ରିକେଟ ପ୍ରଦର୍ଶନ ଉତ୍ସାହଜନକ ରହୁନାହିଁ । ୨ରୁ ୪ଜଣ ସିନିୟର ଖେଳାଳିଙ୍କ ପରେ ଏହା ଦିଶାହୀନ ହୋଇଯିବ ବୋଲି ବରିଷ୍ଠ ଖେଳାଳି ସମୀକ୍ଷକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଚଳିତ ବର୍ଷ ଭାରତ ୫ଟି ଦ୍ୱିପାକ୍ଷିକ ଟି୨୦ ସିରିଜ ଜିତିଛି । ୨୦୨୪ରେ ଭାରତ ୨୬ଟି ଟି୨୦ ମୁକାବିଲାରୁ ୨୨ରେ ବିଜୟ ହାସଲ କରିଛି । ମ୍ୟାଚ ଟାଇ ହେବା ପରେ ସୁପର ଓଭରରେ ଭାରତ ୨ଟି ମ୍ୟାଚ ଜିତି ଟି୨୦ର ମଞ୍ଜ ଧରି ନେଇଥିବା ଅନୁଭୂବ ହେଉଛି । ଟିମ ଇଣ୍ଡିଆର ବିଜୟ ପ୍ରତିଶତ ୯୨.୩୧ ରହିଛି । ଏହା ପୂର୍ବରୁ ୨୦୧୮ରେ ପାକିସ୍ତାନ ୮୯.୪୭ ଆଭରେଜରେ ମ୍ୟାଚ ଜିତିଥିଲା । ଟି୨୦ର ସମସ୍ତ ଫର୍ମାଟରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ତାମିଲନାଡୁ ୨୦୨୧ ଘରୋଇ ପ୍ରତିଯୋଗିତାରେ ୯୩.୭୫ ହାରରେ ବିଜୟ ହାସଲ କରି ଶୀର୍ଷରେ ରହିଛି । ୧୬ ଟି ମ୍ୟାଚରୁ ତାମିଲନାଡୁ ୧୫ରେ ବିଜୟୀ ହୋଇଥିଲା ।

ଭାରତୀୟ ଦଳ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ଅନେକଙ୍କୁ ପଛରେ ପକାଇ ଦେଇଛି । ୪.୬୮ ବଲ ବ୍ୟବଧାନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବାଉଣ୍ଡରୀ ମାରିବାରେ ସଫଳ ହେଉଛନ୍ତି । ଏହା ପୂର୍ବରୁ ଅଷ୍ଟ୍ରେଲିଆ ୪.୩୯ ବ୍ୟବଧାନ ସହ ଆଗରେ ଥିଲା । ସଞ୍ଜୁ ସାମସନ, ତିଳକ ବର୍ମା, ସୂଯ୍ୟକୁମାର ଯାଦବ ଓ ଅଭିଷେକ ଶର୍ମାଙ୍କ ବ୍ୟାଟିଂ କ୍ରିକେଟର ଏହି ଫର୍ମାଟରେ ଭାରତର ଭବିଷ୍ୟତ ସୁରକ୍ଷିତଙ୍କ ହାତରେ ରହିଥିବା ଆଶା କରାଯାଉଛି । ୨୦୦ରୁ ଅଧିକ ରନ କରିବା, ଶତକ ମାରିବା ଏବଂ ପ୍ରତି ମୂହର୍ତରେ ଛକା ମାରିବା ଏବେ ଅବିଶ୍ୱସନୀୟ ଭାବେ ସହଜ ଲାଗୁଛି ।

ଗୋଟିଏ ବର୍ଷ ୯ ଥର ୨୦୦ରୁ ଊର୍ଦ୍ଧ୍ୱ ସ୍କୋର ଭାରତ କରିଛି । ଭାରତର ଟପଅର୍ଡର ମିଳିତ ଭାବେ ୧୩୫.୦୮ ଷ୍ଟ୍ରାଇକରେଟରେ ରନ ସଂଗ୍ରହ କରୁଛନ୍ତି । ଭଲ ବୋଲିଂ ଏବଂ ୱିକେଟ ପତନ ମଧ୍ୟ ସେମାନଙ୍କ ବ୍ୟାଟିଂ ଶୈଳୀରେ ବିଶେଷ ପରିବର୍ତନ କରୁ ନାହାନ୍ତି । ଷ୍ଟ୍ରାଇକରେଟରେ ଭାରତ ଆଗକୁ ଅଷ୍ଟ୍ରେଲିଆ(୧୪୮.୫୧) ଓ ମାଲେସିଆ (୧୩୬.୨୪) ରହିଛନ୍ତି । ଚଳିତ ବର୍ଷ ୧୧ରୁ ଅଧିକ ବ୍ୟାଟ୍ସମ୍ୟାନ ୨୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଏମାନଙ୍କ ମଧ୍ୟରେ ୮ଜଣଙ୍କ ଷ୍ଟ୍ରାଇକରେଟ ୧୫୦ ଉପରେ ରହିଛି । କେବଳ ବ୍ୟାଟିଂ ନୁହେଁ ବୋଲିଂରେ ମଧ୍ୟ ଭାରତୀୟ ଯୁବ ବାହିନୀ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି ।

୨୦୨୪ରେ ଭାରତୀୟ ବୋଲର ୧୦ ଥର ବିପକ୍ଷ ଦଳକୁ ଅଲଆଉଟ କରିବାରେ ସଫଳ ହୋଇଛି । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଏହା ଶ୍ରେଷ୍ଠ ସଫଳତା ଭାବେ ବିବେଚନା କରାଯାଉଛି । ଓଭରାଲ ଉଗାଣ୍ଡା ଏହି ତାଲିକାରେ ଶୀର୍ଷରେ ରହିଛି ଉଗାଣ୍ଡା ୨୦୨୩ରେ ୧୯ ଥର ବିପକ୍ଷ ଦଳକୁ ଅଲଆଉଟ କରିଥିଲା । ୨୦୨୪ରେ ଭାରତ ୩ ଥର ୧୦୦ରୁ ଊର୍ଦ୍ଧ୍ୱ ରନ ବ୍ୟବଧାନରେ ବିଜୟ ହାସଲ କରିଛି ।

Leave A Reply

Your email address will not be published.