Latest Odisha News

ସରକାରୀ ଜମିରେ ରହିଛି ଶ୍ରୀ ବୈକୁଣ୍ଠ ଧାମ ଆଶ୍ରମ, ସ୍ପଷ୍ଟ କଲା ଜିଏ ବିଭାଗ

ଭୁବନେଶ୍ବର: ସରକାରୀ ଜମିରେ ରହିଛି ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ। ସାଧାରଣ ପ୍ରଶାସନ(ଜିଏ) ପକ୍ଷରୁ ମାପଚୁପ ପରେ ଏହା ସ୍ପଷ୍ଟ ହୋଇଛି। ୧୪୦ ଡିସିମିଲ୍‌ ସରକାରୀ ଜମିରେ ରହିଛି ଏହି ଆଶ୍ରମ। ଛୋଟ ପିଲାର ପାଦରେ ତୁଳସୀ ଦେଇ ଭଗବାନ ସଜାଇବା ପ୍ରସଙ୍ଗରେ ବିବାଦ ପରେ ଆଜି ଆଶ୍ରମ ଜମି ମାପଚୁପ କରିଥିଲା ଜିଏ ବିଭାଗ।

ଭୁବନେଶ୍ୱର ଖଣ୍ଡଗିରିରେ ରହିଛି ବାବାଙ୍କ ବୈକୁଣ୍ଠ ଧାମ ଆଶ୍ରମ। ଏଠାରେ କଳକୀରାମ ଶ୍ରୀ ସତ୍ୟ ଅନନ୍ତ ମାଧବ ପୂଜା ପାଉଛନ୍ତି ଓ ପ୍ରବଚନ ଦେଉଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କବିବା ମୁତବକ ଲକ୍ଷାଧିକ ଟଙ୍କା ନେଇ ଲୋକଙ୍କ ସମସ୍ଯା ମଧ୍ୟ ଦୂର କରୁଛନ୍ତି ବାବା । ପାଦ ତଳେ ତୁଳସୀ ରଖିବା ଫଟୋ ଭାଇରାଲ୍‌ ହେବାପରେ ବାବା ଆଶ୍ରମରୁ ଗାଏବ ହୋଇଛନ୍ତି। ଅଭିଯୋଗ ହେଉଛି ବାବା, ତାଙ୍କ ବାପା, ମାଆଙ୍କ ସହ କୋଲକାତାରେ ଆତ୍ମଗୋପନ କରିଥିବା ଚର୍ଚ୍ଚା ହେଉଛି।

ହେଲେ ବାବାଙ୍କ ଅନୁଗାମୀଙ୍କ ବୟାନ ମୁତବକ, ବାବା ପ୍ରବଚନ ଦେବା ପାଇଁ ଯାଇଛନ୍ତି। ଅନ୍ୟପକ୍ଷରେ ସରକାରୀ ଜମିରେ ଆଶ୍ରମ ତିଆରି କରି ଫସିଛନ୍ତି ବାବା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଶ୍ରମ ପକ୍ଷରୁ ଖବରକୁ ଖଣ୍ଡନ କରାଯାଇଥିଲା। ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ଆଶ୍ରମ ଜମିକୁ ମାପ କରାଯିବା ପରେ ଆଶ୍ରମଟି ସରକାରୀ ଜମିରେ ତିଆରି ହୋଇଥିବା ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.