Latest Odisha News

ଅଜବ ପରମ୍ପରା: ପୁରୁଷ ମାନେ ହୁଅନ୍ତି ମହିଳାଙ୍କ ପରି ସଜ

ଥିରୁବନ୍ତପୁରମ: ବିଭିନ୍ନ ଧର୍ମ ଏବଂ ସଂସ୍କୃତି ହେତୁ ଭାରତରେ ଅନେକ ଅନନ୍ୟ ରୀତିନୀତି ଏବଂ ପରମ୍ପରା ଦେଖିବାକୁ ମିଳେ l ଏହି ଅନନ୍ୟ ପରମ୍ପରାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କେରଳର କୋଟନକୁଲଙ୍ଗରା ଶ୍ରୀ ଦେବୀ ମନ୍ଦିରରେ ଦେଖିବାକୁ ମିଳୁଥିବା ପରମ୍ପରା l ଏହି ମନ୍ଦିରରେ ଦେବୀ ମା’ଙ୍କୁ ପୂଜା କରିବାକୁ ପୁରୁଷମାନେ ପିନ୍ଧନ୍ତି ୧୬ ଶୃଙ୍ଗାର l ଶତାବ୍ଦୀ ଶତାବ୍ଦୀ ଧରି ଏହି ମନ୍ଦିରରେ ଚାଲି ଆସିଛି ଏହି ପରମ୍ପରା l ତେବେ ଏହି ପରମ୍ପରା ପଛରେ ରହିଛି ସାଂସ୍କୃତିକ ଏବଂ ଧାର୍ମିକ ମହତ୍ତ୍ୱ l ଆସନ୍ତୁ ଜାଣିବା ସେ ବିଷୟରେ…

କୋଟନକୁଲଙ୍ଗରା ଶ୍ରୀ ଦେବୀ ମନ୍ଦିର ହେଉଛି କେରଳରେ ଅବସ୍ଥିତ ଏକ ପ୍ରାଚୀନ ତଥା ପ୍ରସିଦ୍ଧ ମନ୍ଦିର l ଏହି ମନ୍ଦିର ଦେବୀ ଭଦ୍ରକାଳୀଙ୍କୁ ସମର୍ପିତ l ଏ ମନ୍ଦିର କେବେ ସ୍ଥାପିତ ହୋଇଥିଲା ସେନେଇ ଏଯାବତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ କିନ୍ତୁ ଏହା ଏକ ବହୁ ପୁରାତନ ମନ୍ଦିର ବୋଲି ବିଶ୍ୱାସ କରାଯାଏ। ଏହି ମନ୍ଦିରର ନିୟମ ଅନୁସାରେ ଯଦି ପୁରୁଷମାନେ ଦେବୀ ମା’ଙ୍କୁ ପୂଜା କରିବେ ତେବେ ସେମାନଙ୍କୁ ନାରୀଙ୍କ ପରି ସମ୍ପୂର୍ଣ୍ଣ ଭାବରେ ନଙ୍କୁ ୧୬ ଶୃଙ୍ଗାରନେଇ ସଜେଇ ହେବାକୁ ପଡିବ l ତେବେ ଏହା ପଛରେ ରହିଛି ଅନେକ କାରଣ l

ଲୋକଙ୍କ କହିବା ଅନୁସାରେ, ୧୬ ଶୃଙ୍ଗାର କରିଥିବା ପୁରୁଷମାନେ ଦେବୀଙ୍କ ଶକ୍ତିଙ୍କର ପ୍ରତୀକ l ବିଶ୍ୱାସ କରାଯାଏ ଯେ ଦେବୀ ଭଦ୍ରକାଳୀ ଅତ୍ୟନ୍ତ ଶକ୍ତିଶାଳୀ l ପୁରୁଷମାନଙ୍କୁ ତାଙ୍କ ଶକ୍ତିର ଅନୁଭବ କରାଇବା ପାଇଁ ସେମାନଙ୍କୁ ଏପରି ୧୬ ଶୃଙ୍ଗାର କରିବାକୁ ପଡିଥାଏ l ମନ୍ଦିର ପୂଜକଙ୍କ କହିବା ଅନୁସାରେ, ଏହି ପରମ୍ପରା ଲିଙ୍ଗଗତ ସମାନତାକୁ ପ୍ରତିଫଳିତ କରେ l ଏହି ପରମ୍ପରା ଦର୍ଶାଏ ଯେ ଦେବୀଙ୍କୁ ପୂଜା କରିବା ପାଇଁ ଉଭୟ ପୁରୁଷ ଓ ମହିଳାଙ୍କର ସମାନ ଅଧିକାର ଅଛି l ଏହା ବ୍ୟତୀତ ଅନେକ ପୌରାଣିକ କାହାଣୀ ମଧ୍ୟ ଏହି ପରମ୍ପରା ପଛରେ ଜଡିତ l

କିମ୍ବଦନ୍ତୀ ଅନୁଯାୟୀ, ଥରେ ଭଦ୍ରକାଳୀ ଏକ ରାକ୍ଷସର ବଧ କରିଥିଲେ। ଏହି ଯୁଦ୍ଧରେ ଦେବୀ ଭଦ୍ରକାଳୀଙ୍କ ରୂପ ଏତେ ଭୟଙ୍କର ହୋଇଯାଇଥିଲା ଯେ ଦେବତାମାନେ ମଧ୍ୟ ତାଙ୍କୁ ଚିହ୍ନି ପାରିନଥିଲେ, ତା’ପରେ ଦେବୀ ତାଙ୍କ ରୂପ ବଦଳାଇବା ପାଇଁ ୧୬ ଶୃଙ୍ଗାର କରିଥିଲେ। କହିରଖୁଛୁ ଯେ, ଏହି ପରମ୍ପରା କେରଳ ସଂସ୍କୃତିର ଏକ ବିଶେଷ ଅଂଶ l ଏହି ପରମ୍ପରା ସ୍ଥାନୀୟ ଲୋକଙ୍କ ପାଇଁ ଧାର୍ମିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରେ l ମନ୍ଦିରରେ ଏହି ପରମ୍ପରା ଆଜି ବି ଜାରି ରହିଛି l ପୂର୍ବରୁ କେବଳ ସ୍ଥାନୀୟ ଲୋକମାନେ ଏହି ପରମ୍ପରାକୁ ଅନୁସରଣ କରୁଥିବା ବେଳେ ବର୍ତ୍ତମାନ ଦୂର ଦୂରାନ୍ତରୁ ଆସୁଥିବା ଲୋକମାନେ ମଧ୍ୟ ଏହି ପରମ୍ପରା ପାଳନ କରୁଛନ୍ତି l

Leave A Reply

Your email address will not be published.