ଭୁବନେଶ୍ୱର: ଜିମେଲର ଷ୍ଟୋରେଜ ଫୁଲ ହେବା ଆଜିକାଲି ଏକ ସାଧାରଣ ସମସ୍ୟା l ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ 15 GB ଷ୍ଟୋରେଜ୍ ପ୍ରଦାନ କରାଯାଇଥାଏ l ଇମେଲ ଆଟାଚମେଣ୍ଟ, ବଡ ବଡ଼ ଫାଇଲ ଏବଂ ଅବାଞ୍ଛିତ ଇମେଲ କାରଣରୁ ଏହି ଷ୍ଟୋରେଜ୍ ବହୁତ ଶୀଘ୍ର ଫୁଲ୍ ହୋଇଯାଏ l ଯେତେବେଳେ ଜିମେଲ ଷ୍ଟୋରେଜ୍ ଫୁଲ ହୋଇଯାଏ ସେତେବେଳେ ନୂତନ ଇମେଲ ପଠାଇବା ଏବଂ ଗ୍ରହଣ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ l ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କୁ ପୁନର୍ବାର ଷ୍ଟୋରେଜ୍ ସମସ୍ୟାର ସମ୍ମୁଖୀନ ହେବକୁ ପଡିବ ନାହିଁ…
ଅନାବଶ୍ୟକ ମେଲ ଡିଲିଟ୍ କରନ୍ତୁ
ଜିମେଲରେ ପ୍ରାୟତଃ ଏପରି ଇମେଲ ଥାଏ ଯାହା ଆପଣଙ୍କର କୌଣସି କାମରେ ଲାଗେ ନାହିଁ l ପ୍ରଥମେ ଏହି ଅନାବଶ୍ୟକ ଇମେଲଗୁଡିକ ଡିଲିଟ୍ କରନ୍ତୁ l
ଟ୍ରାଶ୍ ଏବଂ ସ୍ପାମ୍ ଫୋଲ୍ଡରଗୁଡିକ ଡିଲିଟ କରନ୍ତୁ
ଈମେଲରେ ସାଧାରଣତଃ ସ୍ପାମ୍ ଏବଂ ଟ୍ରାଶ୍ ଫୋଲ୍ଡରଗୁଡିକ ଅଧିକ ଥାଏ l କାରଣ ଆମେ ଇନବକ୍ସରୁ ତା ମେସେଜ ଡିଲିଟ କରିଥାଉ କିନ୍ତୁ ସେ ସମସ୍ତ ମେସେଜ ଟ୍ରାଶରେ ଆସି ରହିଥାଏ l ତେଣୁ ସେସବୁ କୁ ମଧ୍ୟ ଡିଲିଟ କରିବା ଦରକାର l ଯାହାଫଳରେ ଷ୍ଟୋରେଜ୍ ଖାଲି ହୋଇଯିବ l
ଅବାଞ୍ଛିତ ଇମେଲକୁ ଅନ-ସବସ୍କ୍ରାଇବ କରନ୍ତୁ
ଅବାଞ୍ଛିତ ଇମେଲଗୁଡିକୁ ଅନ-ସବସ୍କ୍ରାଇବ l ଏହା କେବଳ ଆପଣଙ୍କ ଷ୍ଟୋରେଜ ଖାଲି ରଖିବ ନାହିଁ ବରଂ ଅନାବଶ୍ୟକ ଇମେଲଗୁଡିକ ଆସିବାକୁ ମଧ୍ୟ ରୋକିବ l
ପଢି ନଥିବା ଇମେଲଗୁଡିକୁ ଡିଲିଟ କରନ୍ତୁ
ଜିମେଲରେ ଅନେକ ଏପରି ଇମେଲ ଥାଏ ଯାହା ଆପଣ ପଢି ନଥିବେ l ଜରୁରୀ ନଥିଲେ ଏଗୁଡିକ ଡିଲିଟ୍ ମଧ୍ୟ କରିପାରିବେ l ସେଥିପାଇଁ ପ୍ରଥମେ ଆପଣଙ୍କୁ ସର୍ଚ୍ଚ ବାର୍ ରେ “unread” ଟାଇପ୍ କରନ୍ତୁ l ଏବେ ପଢି ନଥିବା ସମସ୍ତ ଇମେଲଗୁଡିକ ସିଲେକ୍ଟ କରନ୍ତୁ ଏବଂ ସେଗୁଡ଼ିକୁ ଡିଲିଟ କରନ୍ତୁ l