Latest Odisha News

କାହିଁକି ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡା?

ଭୁବନେଶ୍ୱର: ପୋଲିସ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡା। ସହାୟତା ପାଇଁ ଫୋନ୍ କଲେ ପୋଲିସ କିଛି ଶୁଣୁନି ବୋଲି ଅଭିଯୋଗ କରିଛନ୍ତି ଅସୀମା। ମହିଧରପୁର ବିଚ ହାଉସ ଓ ବଁଅରପାଳ ଥାନା ନାଁରେ ଅଭିଯୋଗ ଆଣିଛନ୍ତି କଣ୍ଠଶିଳ୍ପୀ ଅସୀମା।

ସୂଚନା ଅନୁସାରେ ଏକ କାର୍ଯ୍ୟକ୍ରମ ପାଇଁ ଅନୁଗୁଳ ଯାଇଥିଲେ ଅସୀମା। କିନ୍ତୁ ଫେରିବା ବେଳକୁ ୫ ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକରେ ଫସି ରହିଥିଲେ ଅସୀମା। ତାଙ୍କ ସହିତ ବହୁ ଆମ୍ବୁଲାନ୍ସ ମଧ୍ୟ ସେଠାରେ ଫସି ରହିଥିଲା ବୋଲି ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ତେଣୁ ଏନେଇ ପୋଲିସକୁ ସହାୟତା ପାଇଁ ସେ ଫୋନ୍ କରିଥିଲେ। ହେଲେ ପୋଲିସ ଶୁଣି ନଥିଲା।

୫ ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ ଜାମରେ ଫସି ରହିଥିବା ବେଳେ ସେ ପୋଲିସକୁ ସହାୟତା ପାଇଁ ଫୋନ୍ କରିଥିଲେ। କିନ୍ତୁ ପୋଲିସକୁ ସହାୟତା ମାଗିବା ପରେ ମଧ୍ୟ ପୋଲିସ ତାଙ୍କ କଥା ଶୁଣି ନଥିବା ସେ ଅଭିଯୋଗ କରିଛନ୍ତି ଅସୀମା। ବିଶେଷ କରି ମହିଧରପୁର ବିଚ୍ ହାଉସ ଏବଂ ବଅଁରପାଳ ଥାନା ବିରୋଧରେ ଅଭିଯୋଗ କରିଛନ୍ତି ଗାୟିକା ଅସୀମା ପଣ୍ଡା ।

 

Leave A Reply

Your email address will not be published.