Latest Odisha News

BREAKING NEWS

ଖୁବଶୀଘ୍ର ଭାରତ ଆସିବେ ପୁଟିନ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ ଶୀଘ୍ର ଭାରତ ଗସ୍ତ କରିବେ। ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ସମ୍ପର୍କରେ କ୍ରେମଲିନ୍ ପ୍ରେସ ସଚିବ ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଆମେ ଋଷ ରାଷ୍ଟ୍ରପତିଙ୍କ ଗସ୍ତ ତାରିଖ ଉପରେ କାର୍ଯ୍ୟ କରୁଛୁ।

ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନ ଏପର୍ଯ୍ୟନ୍ତ କେବଳ ମଙ୍ଗୋଲିଆ ଏବଂ ଉତ୍ତର କୋରିଆ ଗସ୍ତ କରିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କର ଭାରତ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି।

୨୦୨୨ ମସିହାରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କର ଏହା ପ୍ରଥମ ଭାରତ ଗସ୍ତ ହେବ। ନୂଆଦିଲ୍ଲୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକବିଂଶତମ ଭାରତ-ଋଷ ବାର୍ଷିକ ସମ୍ମିଳନୀ ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ଡିସେମ୍ବର ୬, ୨୦୨୧ରେ ଭାରତ ଗସ୍ତ କରିଥିଲେ।

ଅପରପକ୍ଷରେ ଚଳିତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମସ୍କୋ ଗସ୍ତ କରିଥିଲେ। ତେବେ ଏହି ଗସ୍ତ ୨୨ ତମ ଭାରତ-ଋଷ ବାର୍ଷିକ ସମ୍ମିଳନୀ ପାଇଁ ଥିଲା।

Leave A Reply

Your email address will not be published.