ଭୁବନେଶ୍ଵର: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଆସନ୍ତା କାଲି ମିଳିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ୨.୬୭ ହିତଧିକାରୀଙ୍କର ଯାଞ୍ଚ ଶେଷ ହୋଇଛି । ତେବେ ଯାଞ୍ଚ ପରେ ୨୨ ପ୍ରତିଶତ ଆବଦନକାରୀଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି ।
ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବାକି ଯେଉଁମାନଙ୍କର ଜମି ସମସ୍ୟା ଯୋଗୁଁ ତାଲିକାରେ ନାଁ ନାହିଁ, ତାଙ୍କ ନାଁରେ ଜମି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି । ଏହି ବିବାଦରେ ଫିଜିକାଲ ଭେରିଫିକେସନ ହେବ । ସେମାନେ ଡିସେମ୍ବରରେ ଟଙ୍କା ପାଇବେ । ୫ ଲକ୍ଷ ମିସ୍ ମ୍ୟାଚ୍ ହେଉଥିଲା, ତାହା ସମାଧାନ ହୋଇନାହିଁ । ସେମାନେ ଏଥର ସାମିଲ ହେବେ ନାହିଁ ।
ସେହିପରି କିଛି ଲୋକଙ୍କ ଆକାଉଣ୍ଟ ଆଧାର ଲିଙ୍କରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରାଇବା ପରେ ସେମାନେ ସାମିଲ ହେବେ । ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ଟଙ୍କା ପାଇପାରିବେ । ବାଦ୍ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରି ରହିବ । ଶେଷ ହିତାଧିକାରୀଙ୍କୁ ଯୋଡିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଅଙ୍ଗନବାଡ଼ି, ମିଶନ ଶକ୍ତି ମା’, ପିଓ ମାନେ ଗାଁକୁ ଯିବେ । ତେବେ ଆସନ୍ତାକାଲି ସୁନ୍ଦରଗଡ଼ରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାରୁ ୨ ଲକ୍ଷ ୬୭ ହଜାର ଆବେଦନକାରୀ ବିଭିନ୍ନ କାରଣ ପାଈଁ ବାଦ ପଡ଼ିଥିଲେ । ସେମାନଙ୍କୁ ଆଉ ଥରେ ଯାଞ୍ଚ କରି ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । ବିଡ଼ିଓ ମାନଙ୍କୁ ନୋଡାଲ ଏଜେନ୍ସି ଦାୟିତ୍ୱ ଦିଆଯାଇଥିଲା । ରିପୋର୍ଟ ଆସିବା ପରେ ଗୁରୁବାର ବୈଠକ କରି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
Comments are closed.