Latest Odisha News

ଆଣ୍ଡାମାନ ସାଗରରେ ମାଛଧରା ଡଙ୍ଗାରୁ ୫ ଟନ୍ ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ ଆଣ୍ଡାମାନ ସାଗରରେ ଏକ ମାଛଧରା ଡଙ୍ଗାରୁ ପ୍ରାୟ ପାଞ୍ଚ ଟନ୍ ଡ୍ରଗ୍ସ ଜବତ କରିଛି । ଭାରତୀୟ ତଟରକ୍ଷୀ ବାହିନୀ ଦ୍ୱାରା ଆଜି ପର୍ଯ୍ୟନ୍ତ ଜବତ ହୋଇଥିବା ଡ୍ରଗ୍ସ ଭିତରେ ଏହା ହେଉଛି ସବୁଠାରୁ ବଡ ପରିମାଣର ବୋଲି କୁହାଯାଉଛି । ଏନେଇ କୋଷ୍ଟଗାର୍ଡ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।

ତେବେ କୋଷ୍ଟଗାର୍ଡର ଅଧିକାରୀମାନେ ଡ୍ରଗ୍ସର ପ୍ରକାର ଏବଂ ଏହାର ମୂଲ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ଦେଇନାହାଁନ୍ତି । ଏହି ମାମଲାରେ ପଚରାଉଚରା ଓ ଗିରଫ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ଅଧିକାରୀ କହିଛନ୍ତି ଯେ, ମାମଲାର ତଦନ୍ତ ପରେ ହିଁ ସୂଚନା ଦିଆଯିବ ।

ଏହାପୂର୍ବରୁ ନଭେମ୍ବର ୨୨ରେ ପୃଥକ ଅପରେସନରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପୋଲିସ ୬ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨ଟି ବିରାଟ ସାମଗ୍ରୀ ଜବତ କରି ୫ ଜଣଙ୍କୁ ଗିରଫ କରିଥିଲା । ନୂଆ ବର୍ଷ ପାଳନ ଅବସରରେ ବେଙ୍ଗାଲୁରୁ ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ଡ୍ରଗ୍ସ ଚୋରା ଚାଲାଣ କରାଯାଇଥିବା ପୋଲିସ ସନ୍ଦେହ କରୁଛି ।

ଏହାପୂର୍ବରୁ ମାସ ଆରମ୍ଭରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଗୁଜୁରାଟ ଉପକୂଳରୁ ୭୦୦ କିଲୋଗ୍ରାମ ମିଥାମଫେଟାମାଇନ୍ (ମିଥ୍) ଜବତ କରିଥିଲେ । ଏହି ଘଟଣାରେ ଆଠ ଜଣ ଇରାନ ନାଗରିକ ଗିରଫ ହୋଇଥିଲେ ।

୨୦୧୪ ମସିହାରେ ବର୍ତ୍ତମାନ ସୁଦ୍ଧା ସମୁଦ୍ର ମାର୍ଗ ଦେଇ ୩୫୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଛି । ଏହି ଘଟଣାରେ ୧୧ ଇରାନ ଏବଂ ୧୪ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି । ଏହି ସମସ୍ତ ବିଦେଶୀ ନାଗରିକ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ଏବଂ ସେମାନଙ୍କ ବିରୋଧରେ ଶୁଣାଣି କୋର୍ଟରେ ଚାଲିଥିବା ସୂଚନା ରହିଛି ।

Leave A Reply

Your email address will not be published.