Latest Odisha News

BREAKING NEWS

ମଧୁମେହ ପାଇଁ ରାମବାଣ ଏହି ଜୁସ !

ଭୁବନେଶ୍ୱର: ମନୁଷ୍ୟ ଶରୀରରେ ଇନସୁଲିନ ହରମୋନର ପରିମାଣ କମ ହୋଇଗଲେ ଡାଇବେଟିସ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ପରିବା ସମ୍ପର୍କରେ କହିବାକୁ ଯାଉଛୁ ଯାହା ଇନସୁଲିନ ଭଳି ପୋଷକ ତତ୍ତ୍ୱରେ ଭରି ରହିଥାଏ ଓ ଡାଇବେଟିସ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ତାହା ହେଉଛି କଲରା।

ମଧୁମେହ ରୋଗୀଙ୍କ ପାଇଁ କଲରା ହେଉଛି ରାମବାଣ । କଲରାରେ ଥିବା ପଲିପ୍ଟୋଇଟ-ପି ହରମୋନ ବା ପି-ଇନସୁଲିନ ମନୁଷ୍ୟ ଶରୀରରେ ଡାଇବେଟିସକୁ ପ୍ରାକୃତିକ ଉପାୟରେ ସନ୍ତୁଳିତ କରି ରଖିଥାଏ । ଏହା ସହ କଲରା ଜୁସ ଶରୀରରେ ସଂଚାଳିତ ହେଉଥିବା ହରମୋନକୁ ମଧ୍ୟ ଆକ୍ଟିଭ କରି ରଖିଥାଏ ।

କଲରା ଜୁସ:

କଲରାକୁ ଭଲ ଭାବେ ଧୋଇ ତାହାର ଧଳା ଭାଗକୁ ବାହାର କରି ଦିଅନ୍ତୁ । ସବୁଜ ଭାଗକୁ ଛୋଟ ଛୋଟ ଖଣ୍ଡ କରି ପିଇବା ପାଣିରେ ବତୁରାଇ ରଖନ୍ତୁ । କଲରାର ପିତା ଦୂର କରିବା ପାଇଁ ସେଥିରେ ଲେମ୍ବୁ ଓ ଲୁଣ ମଧ୍ୟ ପକାଇ ପାରିବେ । ଏହାପରେ ସେହି କଲରାକୁ ଗ୍ରାଇଣ୍ଡିଂ କରି ଜୁସ କରି ସେବନ କରିବେ । କେତେ ପରିମାଣରେ ଆପଣ କଲରା ଜୁସ ସେବନ କରିବେ ତାହା ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ ।

Leave A Reply

Your email address will not be published.