Latest Odisha News

ନିର୍ବାଚନ ପୂର୍ବରୁ ବୟସ୍କଙ୍କୁ ବଡ ଉପହାର ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ଆଉ କିଛି ଦିନ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ନିର୍ବାଚନର ଠିକ୍ ପୂର୍ବରୁ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବଡ ଗୋଟି ଚଳାଇଛନ୍ତି । ହଜାର ହଜାର ବୃଦ୍ଧବୃଦ୍ଧାଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେଜ୍ରିୱାଲ ।

କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀର ୮୦ ହଜାର ନୂଆ ବୃଦ୍ଧାବୃଦ୍ଧିଙ୍କୁ ପେନସନ ପାଇବେ । କେଜ୍ରିୱାଲ କହିଛନ୍ତି ଯେ, ବର୍ତ୍ତମାନ ଦିଲ୍ଲୀର ସମସ୍ତ ଅଟକି ରହିଥିବା କାର୍ଯ୍ୟ ପୁନଃ ଆରମ୍ଭ ହେବ । ବର୍ତ୍ତମାନ ଦିଲ୍ଲୀର ପାଞ୍ଚ ଲକ୍ଷ ୩୦ ହଜାରରୁ ଅଧିକ ବୃଦ୍ଧ ୨୫୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ପାଇବେ ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ବର୍ତ୍ତମାନ ୬୦ ରୁ ୬୯ ବର୍ଷ ବୟସର ବୃଦ୍ଧବୁଦ୍ଧାଙ୍କୁ ମାସକୁ ୨,୦୦୦ ଟଙ୍କା ଦିଆଯାଉଛି । ଏହା ବ୍ୟତୀତ ୭୦ରୁ ଅଧିକ ବୟସ୍କ ଲୋକଙ୍କୁ ମାସକୁ ୨୫୦୦ ଟଙ୍କା ଦିଆଯାଉଛି । ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଏହି ନିଷ୍ପତ୍ତି ମଧ୍ୟ କ୍ୟାବିନେଟ ଦ୍ୱାରା ପାରିତ ହୋଇଛି । ଏହାକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । କେଜ୍ରିୱାଲ କହିଛନ୍ତି ଯେ, ପେନସନ ପାଇଁ ୧୦ ହଜାର ନୂଆ ଆବେଦନ ମଧ୍ୟ ଆସିଛି ।

୨୦୨୫ରେ ସରକାର ଗଠନ କରିବା ପରେ ଆମେ ପେନସନ ବୃଦ୍ଧି କରିଛୁ । ଦେଶରେ ଦିଲ୍ଲୀର ସର୍ବାଧିକ ପେନସନ ରହିଛି ବୋଲି କେଜ୍ରିୱାଲ କହିଛନ୍ତି ।

Leave A Reply

Your email address will not be published.