ଯାଜପୁର: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମ୍ବ୍ରାଞ୍ଚର ତନାଘନା l ହାଟ ପାଇଁ ରାସ୍ତାରୋକ ହୋଇଥିବା ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ବିରଜା ମନ୍ଦିର ନିକଟ ରାସ୍ତାରେ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରୁଛି l ଏଥିସହ ରାସ୍ତାରୋକ ସମ୍ପର୍କରେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ l ସ୍ପଟରେ ସର୍ଜମିନ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍ l
ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ପ୍ରଥମେ ଯାଜପୁର ପୋଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ପରେ ରାଜ୍ୟ ସରକାର ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ଗତକାଲି ତଦନ୍ତକାରୀ ଟିମ୍ ଯାଜପୁର ଟାଉନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଦ୍ଵିତୀୟ ଦିନରେ ତଦନ୍ତ ଜାରି ରଖିଛି ଟିମ୍ । ତେବେ ଏହି ଟିମ ୩ଟି ମାମଲାର ତଦନ୍ତ କରିବ । ପ୍ରଥମଟି ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା ହୋଇଥିବା ବେଳେ ଅନ୍ୟ ଦୁଇ ମାମଲା ମଧ୍ୟରେ ବିରଜା ହାଟରେ ହିଂସା ଓ ଟାଉନ ଥାନା ଘେରାଉ ମାମଲା ରହିଛି ।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ କରିଥିଲେ ବିଧାୟକ l ଏହି ମାମଲାରେ ପରୋକ୍ଷ ଭାବରେ ବିଜେଡି ନେତା ବବି ଦାସଙ୍କୁ ଦାୟୀ କରିଥିଲେ ବିଧାୟକ ହିମାଂଶୁ ସାହୁ l ଅନ୍ୟପଟେ ବିରଜା ହାଟ ହିଂସା ମାମଲାରେ ବିଜେଡିର ବରିଷ୍ଠ ନେତା ବବି ଦାସଙ୍କ ଭାଇ ଭବ ଦାସ ଏବେ ଗିରଫ ହୋଇ ଜେଲରେ ଅଛନ୍ତି ।