Latest Odisha News

BREAKING NEWS

ଡିଜିପି ସମ୍ମିଳନୀ: ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି

ଭୁବନେଶ୍ବର: ଚଳିତ ନଭେମ୍ବର ୨୯ରୁ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଲୋକସେବା ଭବନର କନଭେନସନ୍ ହଲରେ ଅନୁଷ୍ଠିତ ହେବ ପୋଲିସ ଡିଜି ସମ୍ମିଳନୀ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲିଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି ପାଇଁ ନିଷ୍ପତ୍ତି ହୋଇଛି ।

ଆସନ୍ତାକାଲି ଠାରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଲୋକସେବା ଭବନର କେବଳ ୧, ୨ ଓ ୫ ନମ୍ବର ଗେଟ୍ ରେ ହିଁ ଯାତାୟତର ଅନୁମତି ମିଳିବ । ଆଉ ୪ ଓ ୬ ନମ୍ବର ଗେଟ୍ ରେ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି ।

ପୋଲିସ ଡିଜି ସମ୍ମିଳନୀ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର୍.କେ ଶର୍ମା ସମସ୍ତ ବିଭାଗକୁ ଚିଠି ଲେଖି ପାଇଁ ଲୋକସେବା ଭବନରେ ପାର୍କିଂ ପାଇଁ ଆବଶ୍ୟକ ଗାଇଡଲାଇନ୍ ଜାରି କରିଛନ୍ତି । ଜାରି ଗାଇଡଲାଇନ ଅନୁସାରେ, ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ କାର୍ ବ୍ୟତୀତ ଅନ୍ୟ କୌଣସି ବରିଷ୍ଠ ଅଫିସରଙ୍କ କାର୍ କୁ ଲୋକସେବା ଭବନରେ ପାର୍କିଂ ପାଇଁ ଅନୁମତି ମିଳିବ ନାହିଁ । ସେହିପରି ଲୋକସେବା ଭବନର କର୍ମଚାରୀମାନେ ନିଜର ଆଇ-କାର୍ଡ ପାଖରେ ରଖିବେ ଏବଂ ଜରୁରୀ କାମ ନଥିଲେ ବାହାରକୁ ନଯାଇ ନିଜ ସିଟ୍ ରେ ବସିରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଲୋକସେବା ଭବନର କର୍ମଚାରୀମାନେ ନିଜର ଦୁଇ ଚକିଆ ଯାନକୁ ସ୍କୁଲ-ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଷ୍ଟେଟବ୍ୟାଙ୍କ ଶାଖା, କ୍ୟାଣ୍ଟିନ ସମ୍ମୁଖ ଦେଇ ଗେଟ୍ ନମ୍ବର ୫ ଓ ୩ ମଧ୍ୟରେ ଥିବା ପାର୍କିଂରେ ରଖିବେ । ଏହାସହ ଅର୍ଥ ବିଭାଗର ପଛପଟରେ ଥିବା ଡ୍ରାଇଭରଙ୍କ ବିଶ୍ରାମସ୍ଥଳୀ ପାଖରେ ମଧ୍ୟ ଗାଡ଼ି ପାର୍କିଂ କରିହେବ ।

ସେହିପରି ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ କମିଶନର ଓ ସମସ୍ତ ବିଭାଗର ସଚିବମାନଙ୍କ କାର କେବଳ ସେମାନଙ୍କର ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିପାରିବେ ।

ଏହି ଦିନଗୁଡ଼ିକରେ ଲୋକସେବା ଭବନରେ ପ୍ରବେଶ ପାଇଁ କୌଣସି ବ୍ୟକ୍ତିଙ୍କୁ ଦିନିକିଆ ଅବା ଅସ୍ଥାୟୀ ପାସ୍ ଦିଆଯିବ ନାହିଁ ।

 

Leave A Reply

Your email address will not be published.