Latest Odisha News

BREAKING NEWS

କରନୁଲ୍ ପଥର ଖାଦାନ ବିସ୍ଫୋରଣ ଘଟଣା, ଆଉ ଜଣେ ଓଡିଆ ଶ୍ରମିକ ମୃତ

ହାଇଦ୍ରାବାଦ/ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ କରନୁଲ୍ ପଥର ଖାଦାନ ବିସ୍ଫୋରଣରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ବିତି ନୂଆଗାଁର ରାମଚନ୍ଦ୍ର ନାହାକ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଅଗଷ୍ଟ ୩ରେ କରନୁଲ୍ ଅନ୍ତର୍ଗତ ଅଲୁରୁ ବ୍ଲକରେ ଥିବା ଏକ ପଥର ଖାଦାନରେ ଅଚାନକ ବିସ୍ଫୋରଣ ଘଟିଥିଲା । ମୃତାହତଙ୍କ ମଧ୍ୟରେ ନୂଆଗାଁର ଦୁର୍ଯ୍ୟଧନ ନାହାକ, ମନୋରଂଜନ ନାହାକ ଥିବାବେଳେ ଅନ୍ୟ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ଭୀମ ନାହାକ ଓ ରାଜେନ୍ଦ୍ର ନାହାକ ରହିଥିଲେ । ଏହାର କିଛିଦିନ ପରେ ବିଶାଖାପଟ୍ଟନମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ଓଡିଆ ଶ୍ରମିକ ପାଣ୍ଡବ ଲେଙ୍କାଙ୍କ ମୃତ୍ୟୁ ଘଟିଥିଲା ।

ଏହି ଦୁଃଖଦ ଘଟଣା ପରେ ଆନ୍ଧ୍ର ସରକାର ପ୍ରତି ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଘୋଷଣା କରିଥିଲେ । ଏହି ଘଟଣାର ୩ଦିନ ପରେ ଓଡିଶା ସରକାର ଅଗଷ୍ଟ ୬ରେ ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଗୁରୁତର ଆହାତ ମାନଙ୍କୁ ମାଗଣା ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ।

କରନୁଲ ପୋଲିସ ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିଛି ।

Leave A Reply

Your email address will not be published.