ମାଲକାନଗିରି: ମାଲକାନିଗିରି ପୋଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର MBHI 79 ଥାନା ଅନ୍ତର୍ଗତ କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦାକୁ ଗିରଫ କରିଛି ପୋଲିସ। ଆଣ୍ଟି ମାଡଭି ଓରଫ୍ ଲକି ନାମକ ଜଣେ ମହିଳା ମାଓବାଦୀ ନେତା ସୁକୁମା ମାଓବାଦୀ ସଂଗଠନ ଉଦୟ ପ୍ରୋଟେକଷ୍ଟ ୟୁନିଟର ସଦସ୍ୟ ଥିଲେ।
ଓଡିଶା ଏବଂ ଛତିଶଗଡର ଉଭୟ ସରକାର ତାଙ୍କ ମୁଣ୍ଡ ଉପରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ଗିରଫ ମହିଳା ମାଓବାଦୀଙ୍କ ଘର ଛତିଶଗଡର ବିଜାପୁର ଜିଲ୍ଲାରେ ଥିବା କୁହାଯାଉଛି। ଓଡିଶାରେ ଭଙ୍ଗିଯାଇଥିବା ମାଓ ସଂଗଠନକୁ ପୁନଃ ଗଠନ କରିବା ଆଶା ନେଇ ସେ ଓଡିଶା ଆସିଥିଲେ।
ସୂଚନା ମୁତାବକ ଗୁଇନ୍ଦା ବିଭାଗର ସୂତ୍ରକୁ ଆଧର କରି ପୋଲିସ ଏହି ମହିଳା ମାଓବାଦୀକୁ ମାଲକାନଗିରି ସୀମାରୁ ଗିରଫ କରିବାରେ ସଫଳ ହୋଇଛି। ମହିଳା ମାଓବାଦୀ ମାଲକାନଗିରି ଆସି ମାଓବାଦୀ ସଂଗଠନକୁ ଆହୁରୀ କିପରି ମଜଭୁତ କରିବେ ସେନେଇ ଏକ ସ୍ଥାନ ଚୟନ କରିବାକୁ ବାହାରିଥିଲେ। ଏହି ସମୟରେ ମାଡିବସିଥିଲା ପୋଲିସ । ଦକ୍ଷିଣ ପଶ୍ଚିମ ଡିଜି କହିଛନ୍ତି ଯେ ତାଙ୍କ ବିରୋଧରେ ମାଲକାନଗିରି ଏବଂ ସୁକୁମା ଜିଲ୍ଲାରେ ୯ଟି ହତ୍ୟା ମାମଲା ରୁଜୁ ହୋଇଛି।