Latest Odisha News

BREAKING NEWS

ଇଡି ଜାଲରେ ରାଜ କୁନ୍ଦ୍ରା-ଶିଳ୍ପା ସେଟ୍ଟୀ: ଘର ଓ କାର୍ଯ୍ୟାଳୟରେ ଚଢଉ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ନିର୍ମାତା ରାଜ କୁନ୍ଦ୍ରାଙ୍କ ଘରେ ଇଡି ଚଢଉ କରିଛି। ଏହି ରେଡ୍ ସାନ୍ତା କ୍ରୁଜରେ ଅବସ୍ଥିତ ଅଭିନେତ୍ରୀଙ୍କ ଘରେ କରାଯାଇଛି। ୨୯ ନଭେମ୍ବର ଦିନ ସକାଳ ୬ଟାରେ ଇଡି ଅଧିକାରୀମାନେ ଶିଳ୍ପା ଶେଟ୍ଟୀଙ୍କ ଘରେ ପହଞ୍ଚିଥିଲେ। ମୋବାଇଲ୍‌ ଆପ୍‌ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ୍ ପ୍ରସ୍ତୁତି ଏବଂ ପ୍ରସାରଣ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢାଉ କରିଛି।

ସୂଚନା ଅନୁଯାୟୀ, ଶୁକ୍ରବାର ଇଡି ରାଜ କୁନ୍ଦ୍ରାଙ୍କ ସମେତ ଅନ୍ୟ କେତେକଙ୍କ ଘରେ ମଧ୍ୟ ଚଢାଉ କରିଛି। ମୁମ୍ବାଇ ଏବଂ ଉତ୍ତରପ୍ରଦେଶର ପ୍ରାୟ ୧୫ଟି ସ୍ଥାନରେ ତଲାସୀ ଚାଲିଛି। ମୋବାଇଲ୍ ଆପ୍ଲିକେସନ୍ ଏବଂ ଅନ୍ୟ ମାଧ୍ୟମ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ ବିତରଣରେ ସନ୍ଦିଗ୍ଧଙ୍କ ଭୂମିକା ସମ୍ବନ୍ଧରେ ଏହି ଯାଞ୍ଚ କରାଯାଉଛି।

ଉତ୍ତରପ୍ରଦେଶ ଭଳି ମୁମ୍ବାଇର ପ୍ରାୟ ୧୫ଟି ସ୍ଥାନରେ ଏକକାଳୀନ ଚଢଉ ହୋଇଛି। ମୋବାଇଲ୍ ଆପ୍ ବ୍ୟତୀତ ଅନ୍ୟାନ୍ୟ ମାଧ୍ୟମଗୁଡିକ ମଧ୍ୟ ଅନୁସନ୍ଧାନ କରାଯାଉଛି। ସୂଚନାଯୋଗ୍ୟ, ଏହାପୂର୍ବରୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ୨୦୨୧ ମସିହା ଜୁନ୍ ମାସରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ। ଦୁଇ ମାସ ଜେଲରେ ରହିବା ପରେ ସେ ସେ‌ପ୍ଟେମ୍ବର ୨୦୨୧ରେ ଜାମିନରେ ମୁକୁଳିଥିଲେ।

Comments are closed.