Latest Odisha News

ପାରାଦୀପ ବନ୍ଦରରେ ଡମ୍ଫରକୁ ଧକ୍କା ଦେଲା ମାଲବାହୀ ଟ୍ରେନ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ପାରାଦୀପ: ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ମାଲବାହୀ ଟ୍ରେନ ଗୋଟିଏ ଡମ୍ଫରକୁ ଧକ୍କା ଦେବା ଫଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଡମ୍ଫର ବନ୍ଦର ର ୮ ନମ୍ବର ପ୍ଲଟକୁ ଚୂନ ପଥର ପରିବହନ କରିବା ଲାଗି ଟ୍ରେନ ଲାଇନ ପାର କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ସେହି ସମୟରେ ଏକ ମାଲବାହୀ ଟ୍ରେନ୍ ଉକ୍ତ ଡମ୍ଫରକୁ ଧକ୍କା ଦେବା ସହିତ କିଛି ଦୂରକୁ ଘୋଷାଡି ନେଇଥିଲା। ଫଳରେ ଡମ୍ଫରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ସୌଭାଗ୍ୟବଶତଃ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡମ୍ଫର ଡ୍ରାଇଭର।

ତେବେ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ପୋର୍ଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଅପରପକ୍ଷରେ ବନ୍ଦର ନିଷିଦ୍ଧାଞ୍ଚଳରେ ବିଛା ଯାଇଥିବା ଟ୍ରେନ୍ ଲାଇନ୍ ଗୁଡିକରେ କୌଣସି ସୁରକ୍ଷା ବ୍ୟବସ୍ଥା ନିଆଯାଇନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ନେଇ ଅଭିଯୋଗ ହେଉଛି।

Comments are closed.