Latest Odisha News

ଶେଷ ହେଲା ସର୍ବଭାରତୀୟ ଡିଜିପି ସମ୍ମିଳନୀ: ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ଉଦଯାପିତ ହେଲା ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଉଦଯାପନ ପରେ ଆଜି ଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ। ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଓଡିଶା ଗସ୍ତରେ ଥିଲେ ପ୍ରଧାନମନ୍ତ୍ରୀ ନରେରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ। ତେବେ ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ  ଏହି ଗସ୍ତ ଭିନ୍ନ ଭିନ୍ନ ଦୃଷ୍ଟି କୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା।

ତିନି ଦିନିଆ ଡିଜିପି ସମ୍ମିଳନୀରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାଠୁ ଆରମ୍ଭ କରି ଆତଙ୍କବାଦ ଚ୍ୟାଲେଞ୍ଜ, ମାଓ ମୁକାବିଲା ରଣନିତୀ, ଉପକୂଳ ସୁରକ୍ଷା, ନିଶା କାରବାର, ସାଇବର ଅପରାଧ ଚ୍ୟାଲେଞ୍ଜ, ଭାରତୀୟ ନ୍ୟାୟ ସଂହିତା ପ୍ରସଙ୍ଗରେ ଆଲୋଚନା ହୋଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା କୁହାଯାଉଛି । ଏହା ସହ ରାଜ୍ୟ ରାଜ୍ୟ ଭିତରେ ପୋଲିସ ସମନ୍ବୟ, ଆଇନ ଶୃଙ୍ଖଳାଠୁ ଆରମ୍ଭ କରି ପୋଲିସ ଆଧୁନିକୀକରଣ , ପୋଲିସ ଭିତ୍ତିଭୂମି ସଂପର୍କରେ ମଧ୍ୟ ଚର୍ଚ୍ଚା ସହ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।

ଏହି ସମ୍ମିଳନୀରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିଥିଲେ। ପ୍ରଥମ ଦିନରେ ଗୃହମନ୍ତ୍ରୀ ଏହି ସମ୍ମିଳନିକୁ ଉଦଘାଟନ କରିଥିଲେ। ଦ୍ଵିତୀୟ  ଦିନରେ ପ୍ରଧାନମନ୍ତ୍ରୀ ଦିନ ସାରା ବୈଠକରେ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ, ମୋଦୀଙ୍କ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ଜନସାଧାରଣଙ୍କୁ ସମ୍ବୋଧନ ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଗସ୍ତର ପ୍ରଥମ ଦିନରେ ରାଜ୍ୟ କାର୍ଯ୍ୟାଳୟରେ ପାଖାପାଖି ତିନି ଘଣ୍ଟା ରହିଥିଲେ ପ୍ରଧାନମନ୍ତ୍ରୀ। ଏହି ସମୟରେ ଦଳର ବିଧାୟକ, ସାଂସଦ, ମନ୍ତ୍ରୀ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା   ଆଲୋଚନା କରି ଗୁରୁମନ୍ତ୍ର ଦେଇଥିଲେ। ସଙ୍ଗଠନ ଓ ସରକାର କିଭଳି ସମନ୍ବୟ ରଖି ଆଗକୁ ବଢିବ, ସାଂସଦ ବିଧାୟକ କିଭଳି ଜନସଂପର୍କ ରଖିବେ ସେନେଇ ଗୁରୁମନ୍ତ୍ର ଦେଇଥିଲେ ମୋଦୀ। ତେବେ ପ୍ରଧାନମନ୍ତ୍ରୀଙ୍କ ତିନିଦିନିଆ ଓଡିଶା ଗସ୍ତ ରାଜ୍ୟ ବିଜେପିକୁ ବେଶ ଖୋରାକ ଯୋଗାଇଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.