Latest Odisha News

BREAKING NEWS

ମୋଟାପଣ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି ? ଅପଣାନ୍ତୁ ଏହି ସବୁ ଉପାୟ…

ଭୁବନେଶ୍ବର : ମୋଟାପଣ ଆଜିକାଲି ସମୟର ଗୋଟିଏ ବଡ ସମସ୍ୟା। ମୋଟାପଣ କାରଣରୁ ଡାଇବେଟିସ, କୋଲେଷ୍ଟ୍ରୋଲ୍ , ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ ଭଳି ଗମ୍ଭୀର ସ୍ଵାସ୍ଥ୍ୟ ସମସ୍ୟା  ଦେଖା ଦେଇଥାଏ। ଆପଣ ମୋଟାପଣ କମାଇବାକୁ ଚାହୁଁଛନ୍ତି କି ? ଓଜନ କମାଇବା ପାଇଁ ଲୋକମାନେ ଜିମ୍ ଠାରୁ ଆରମ୍ଭ କରି ଏନେକ ଉପାୟ ଆପଣେଇ ଥାଆନ୍ତି। କିନ୍ତୁ ହେଲଥ ଏକ୍ସପର୍ଟଙ୍କ କହିବା ଅନୁସାରେ ମୋଟାପଣରୁ ବଞ୍ଚିବା ପାଇଁ ସଠିକ ଲାଇଫ ଷ୍ଟାଇଲ ଅନୁସରଣ କରିବା ଉଚିତ। ଜୀବନଶୈଳୀରେ ପରିବର୍ତ୍ତନ ଦ୍ଵାରା ଏହାକୁ କଣ୍ଟ୍ରୋଲରେ ରଖିହେବ। ଏମିତି କିଛି ଉପାୟ ରହିଛି ଯାହା ସକାଳୁ କରିବ ଦ୍ଵାରା ଆମେ ମୋଟାପା ବା ମୋଟାପଣରୁ ରକ୍ଷା ପାଇପାରିବା। ତେବେ ଆସନ୍ତୁ ଜାଣିବା କ’ଣ ଏହି ଉପାୟ।

  • ପ୍ରୋଟିନ ଯୁକ୍ତ ବ୍ରେକଫାଷ୍ଟ
    ବ୍ରେକଫାଷ୍ଟ ବା ସକାଳ ଜଳଖିଆ ପୁରା ଦିନର ଗୁରୁତ୍ୱ ବହନ କରିଥାଏ। ବ୍ରେକଫାଷ୍ଟରେ ପ୍ରୋଟିନ ରହିବା ଆବଶ୍ୟକ। ପ୍ରୋଟିନ ଭୋକକୁ ନିୟନ୍ତ୍ରିତ କରୁଥିବା କେତେକ ହରମୋନକୁ ମଧ୍ୟ ନିୟନ୍ତ୍ରିତ କରିଥାଏ। ବ୍ରେକଫାଷ୍ଟରେ ଆପଣ ଅଣ୍ଡା, ପନୀର ତଥା ଡ୍ରାଏ ଫ୍ରୁଟ ସାମିଲ କରିବା ଦ୍ଵାରା ଆପଣ ଓଭର ଡାଏଟରୁ ବଞ୍ଚି ପାରିବେ।
  • ଅଧିକ ମାତ୍ରାରେ ପାଣି ପିଅନ୍ତୁ
    ସକାଳୁ ପାଣି ପିଇବା ଦ୍ଵାରା ଶରୀର ସତେଜ ରହିଥାଏ। ଦିନରେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ଵରା ମୋଟାପା କମିବା ସହିତ ସୁସ୍ଥ ଅନୁଭବ ହୋଇଥାଏ। ଦୈନିକ ୩ ରୁ ୪ ଲିଟର ପାଣି ପିଇବା ଶରୀର ପକ୍ଷେ ହିତକର ହୋଇଥାଏ।
  • ଉପଯୋଗୀ ହୋଇଥାଏ ସୂର୍ଯ୍ୟ କିରଣ
    ସକାଳ ସୂର୍ଯ୍ୟ କିରଣରୁ ଭିଟାମିନ-ଡି ମିଳିଥାଏ। ଶରୀରରେ ସକାଳ ଖରା ପଡିବା ଦ୍ଵାରା ଶରୀରକୁ ଭିଟାମିନ-ଡି ମିଳିଥାଏ। ଭିଟାମିନ-ଡି ଶରୀରର ଚର୍ବି କମାଇବାରେ ସାହାଯ୍ୟ କରିଥାଏ। ଦୈନିକ ୧୦-୧୫ ମିନିଟ ଖରାରେ ରହିବା ଦ୍ଵାରା ଶରୀରର ଓଜନ କମିବାରେ ସହାୟକ ହୋଇଥାଏ।
  • ପ୍ରତିଦିନ କରନ୍ତୁ ବ୍ୟାୟାମ
    ଦୈନିକ ବ୍ୟାୟାମ କରିବାର ରୁଟିନ ପ୍ରସ୍ତୁତ କରନ୍ତୁ। ଏକ୍ସରସାଇଜ କରିବ ଦ୍ବାରା ରକ୍ତ ଶର୍କରା ବା ବ୍ଲଡ଼ ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ। ଆପଣ ସକାଳୁ ପ୍ରତିଦିନ ଚାଲିବା ମଧ୍ୟ ଅଭ୍ୟାସ କରି ପାରିବେ। ଏହାଦ୍ଵାରା ଆପଣ ଫିଟ ରହିବା ସହିତ ଆପଣଙ୍କ ପାଚନ ଶକ୍ତିରେ ଉନ୍ନତି ହୋଇପାରିବ।
  • ସତେଜ ଖାଦ୍ୟ ଖାଆନ୍ତୁ
    ମୋଟାପାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ବାହାର ଖାଦ୍ୟ ଛାଡି ଘର ତିଆରି ଖାଦ୍ୟ ଖାଇବାକୁ ପଡିବ। ବାହାରେ ମିଳୁଥିବା ଖାଦ୍ୟ ତୁଳନାରେ ଘର ତିଆରି ଖାଦ୍ୟ ଆମକୁ ବେଶୀ ସୁସ୍ଥ ରଖିଥାଏ। ଏହାଦ୍ଵାରା ଓଜନ କଣ୍ଟ୍ରୋଲ ହୋଇଥାଏ।
Leave A Reply

Your email address will not be published.