ଶାରଜା: ଏଠାରେ ଚାଲିଥିବା ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ୨୧୧ ରନରେ ଜାପାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ପରାଜିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ଅଧିନାୟକ ମହମ୍ମଦ ଅମାନଙ୍କ ୧୧୨ ରନ ସହାୟତାରେ ୫୦ ଓଭରରେ ୬ ୱିକେଟ ହରାଇ ୩୩୯ ରନ କରିଥିଲା । ଆୟୂଷ ମହାତ୍ରେ ଓ କେପି କାର୍ତିକେୟ ଅର୍ଦ୍ଧଶତକ ହାସଲ କରିଥିଲେ । ଜବାବରେ ଜାପାନ ୫୦ ଓଭରରେ ୮ ୱିକେଟ ହରାଇ ୧୨୮ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ଚେତନ ଶର୍ମା, ହାର୍ଦ୍ଦିକ ରାଜ ଓ କେକି କାର୍ତିକେୟ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
ଭାରତୀୟ ବୋଲର ଭଲ ବୋଲିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଜାପାନ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ୫୦ ଓଭର ଖେଳିବାକୁ ପ୍ରଶଂସା କରାଯାଉଛି । ହ୍ୟୁଗ କେଲୀ ୧୧୧ ବଲ ସାମ୍ନା କରି ୫୦ ରନ କରିଥିଲେ । ଜାପାନର ଇନିଂସରେ ଗୋଟିଏ ବି ଛକା ମରା ଯାଇପାରି ନ ଥିଲା । ଆଇପିଏଲ ନିଲାମରେ ଷ୍ଟାର ସାଜିଥିବା ବୈଭବ ସୂର୍ଯ୍ୟବଂଶୀ ଏହି ମ୍ୟାଚରେ ମଧ୍ୟ ଫେଲ ମାରିଥିଲେ । ସେ ୨୩ ରନ କରିଥିଲେ ।