ମୁମ୍ବାଇ:ମହାନ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ବିଶେଷ ଘୋଷଣା କରିଛନ୍ତି। ସଚିନ ତାଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ନିର୍ଦ୍ଦେଶକ ଭାବରେ ସଚିନ ତେନ୍ଦୁଲକର ଫାଉଣ୍ଡେସନରେ ଯୋଗ ଦେଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ସଚିନ ତେନ୍ଦୁଲକର କହିଛନ୍ତି ଯେ, ସେ ଏହି ଖବର ସେୟାର କରି ବହୁତ ଖୁସି ଅଛନ୍ତି। ସଚିନ କହିଛନ୍ତି ଯେ, ସାରା କ୍ରୀଡା,ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ମାଧ୍ୟମରେ ଦେଶକୁ ସଶକ୍ତ କରିବା ପାଇଁ ଏହି ଯାତ୍ରା ଆରମ୍ଭ କରିଛନ୍ତି।
ସଚିନ ଟ୍ୱିଟ କରି କହିଛନ୍ତି, “ମୋ ଝିଅ ସାରା ତେନ୍ଦୁଲକର ନିର୍ଦ୍ଦେଶକ ଭାବରେ ସଚିନ ତେନ୍ଦୁଲକର ଫାଉଣ୍ଡେସନରେ ଯୋଗ ଦେଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ। ସେ ଲଣ୍ଡନ ବିଶ୍ବବିଦ୍ୟାଳୟ କଲେଜରୁ କ୍ଲିନିକାଲ ଏବଂ ଜନସ୍ୱାସ୍ଥ୍ୟ ପୁଷ୍ଟିକର ମାଷ୍ଟର ଡିଗ୍ରୀ ସମାପ୍ତ କରିଛନ୍ତି। କ୍ରୀଡା, ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ମାଧ୍ୟମରେ ଭାରତକୁ ସଶକ୍ତ କରିବା ପାଇଁ ସେ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଏଥିରୁ ଜଣାପଡୁଛି ବିଶ୍ବସ୍ତରୀୟ ଶିକ୍ଷା କିପରି ସମସ୍ତଙ୍କୁ ମଳିପାରିବ ।
ସାରା ତେନ୍ଦୁଲକର ମା ଅଞ୍ଜଳୀ ଓ ବାପା ସଚିନଙ୍କ ସହ ପ୍ରାୟତଃ ଫାଉଣ୍ଡେସନ ପାଇଁ କାମ କରୁଥିବାର ଦେଖିବାକୁ ମିଳନ୍ତି । ସାରା ମଧ୍ୟପ୍ରଦେଶ ଓ ରାଜସ୍ଥାନ ସମେତ ଅନେକ ସ୍ଥାନକୁ ଗସ୍ତ କରନ୍ତି ଯେଉଁଠାରେ ଫାଉଣ୍ଡେସନ କାମ କରେ ।
Comments are closed.