ନୂଆଦିଲ୍ଲୀ: ସାଉଥ ଦିଲ୍ଲୀର ଟ୍ରିପଲ ମର୍ଡର ମାମଲାରେ ଅଭିଯୁକ୍ତ ପୁଅକୁ ପୋଲିସ ଗିରଫ କରିଛି। ବୁଧବାର ସକାଳେ ରାଜେଶ କୁମାର (୫୧), ତାଙ୍କ ପତ୍ନୀ କୋମଲ (୪୬) ଏବଂ ଝିଅ କବିତାଙ୍କ ମୃତଦେହ ସେମାନଙ୍କ ଦେୱଲି ଗାଁରେ ଥିବା ତାଙ୍କ ନିଜ ଘରୁ ମିଳିଥିଲା।
ଛୁରୀରେ ବେକ କାଟି ସେମାନଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୁଚନା ଦେଇଛି। ଚିତ୍କାର ନ ହେବାପାଇଁ ବେକକୁ ଅତି ନିର୍ମମ ଭାବରେ କଟାଯାଇଥିଲା।
ପୋଲିସ କମିଶନର (ସାଉଥ ରେଞ୍ଜ) ଏସ୍ କେ ଜୈନ ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ବାରମ୍ବାର ଅଭିଯୁକ୍ତର କଥା ପରିବର୍ତ୍ତନ ହେଉଥିଲା। ଫଳରେ ସେ ସନ୍ଦେହ ଘେରକୁ ଆସିଥିଲେ। କାରଣ ତାଙ୍କ ପିତାଙ୍କ ସହ ତାଙ୍କ ସମ୍ପର୍କ ଭଲ ନଥିଲା। ତେବେ ଅନ୍ୟ ଏକ କାରଣ ହେଉଛି ତାଙ୍କ ପିତା-ମାତା ତାଙ୍କ ଭଉଣୀକୁ ଅଧିକ ଭଲ ପାଉଥିଲେ ଯାହା ଫଳରେ ଅର୍ଜୁନ ଶୁଣିବାକୁ ପାଇଥିଲେ ଯେ ସବୁ ସମ୍ପତ୍ତି ତାଙ୍କ ଭଉଣୀଙ୍କୁ ଦେଇଦିଆଯିବ। ତେଣୁ ସେ ରାଗରେ ହତ୍ୟା ପାଇଁ ଯୋଜନା କରିଥିଲେ ଏବଂ ପିତାମାତାଙ୍କର ୨୭ତମ ବିବାହ ବାର୍ଷିକୀ ଦିନ ସେ ଏହି ହତ୍ୟାକାଣ୍ଡ ଘଟାଇଥିଲେ।
ତେବେ ଏହି ଘଟଣାରେ ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ପିଲାମାନଙ୍କୁ ଉନ୍ନତ ଶିକ୍ଷା ଏବଂ ଉତ୍ତମ ଭବିଷ୍ୟତ ଦେବା ଆଶାରେ ହରିୟାଣାରୁ ଏହି ପରିବାର ୧୫ ବର୍ଷ ପୂର୍ବେ ଦିଲ୍ଲୀ ଆସିଥିଲେ। ଉଭୟ ଅର୍ଜୁନ ଏବଂ କବିତା ମାର୍ଶଲ ଆର୍ଟରେ ବ୍ଲାକ୍ ବେଲ୍ଟ ବିଜେତା।
Comments are closed.