Latest Odisha News

ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି କଟକ ଷ୍ଟେସନ, ଜାତୀୟ ରାଜପଥରୁ ସିଧା ପ୍ରବେଶ

କଟକ: ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି କଟକ ରେଳ ଷ୍ଟେସନ । ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳଷ୍ଟେସନ୍ । ଯାହା ରାଜ୍ୟରେ ପ୍ରଥମ ଯେ ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି କଟକ ଷ୍ଟେସନର ପ୍ଲାଟଫର୍ମ । ଅତ୍ୟାଧୁନିକ ପରିବହନ ହବ୍ ସହ ଏକ ବିଶ୍ବସ୍ତରୀୟ  ସୁବିଧା ପ୍ରଦାନ କରିବା ପାଇଁ ଏହି ଯୋଜନା କରାଯାଇଥିବା ବେଳେ ଆଜି ଏହାକୁ ଉଦ୍ଘାଟନା କରାଯିବ । ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ କଟକ ରେଳ ଷ୍ଟେସନରେ ନୂଆ କରି ନିର୍ମାଣ ହୋଇଥିବା ପୂର୍ବ ପାର୍ଶ୍ୱ ଷ୍ଟେସନ୍ ଭବନର ଉଦଘାଟନ କରିବେ ।

ତେବେ ଆଧୁନିକତାର ସ୍ପର୍ଶ ପାଇଛି କଟକ ରେଳ ଷ୍ଟେସନର ପୂର୍ବପାର୍ଶ ଷ୍ଟେସନ ଭବନ ଓ ପ୍ରବେଶ ପଥ । ଯାହା ଅମୃତ ଷ୍ଟେସନ ସ୍କିମ୍ ଅଧିନରେ ପୁନଃନିର୍ମାଣ କରାଯାଇଛି । ଯାହା ଭାରତର ପୂର୍ବାଞ୍ଚଳରେ ସେବା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦେବା ସହ ଭିତ୍ତିଭୂମିରେ ଉନ୍ନତି ତଥା ନାଗରିକଙ୍କ ପାଇଁ ଯାତ୍ରା ସହଜ କରିବାକୁ ସରକାରଙ୍କ ପ୍ରତିବଦ୍ଧତା ଦର୍ଶାଉଛି ।

ତେବେ ମୋଟ ୧୪.୬୩ କୋଟି ଟଙ୍କା ଅଟକଳ ବ୍ୟୟରେ ନିର୍ମିତ କଟକ ଷ୍ଟେସନର ପୂର୍ବ ପାର୍ଶ୍ବ ଜାତୀୟ ରାଜପଥ ସହ ସଂଯୋଗ କରି ଷ୍ଟେସନ ଭବନ ଓ ପ୍ରବେଶ ପଥକୁ ଆଧୁନୀକରଣ କରାଯାଇଛି । ଯାହା ଜାତୀୟ ରାଜପଥ ପାର୍ଶ୍ୱରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସହଜ ଏବଂ ଅସୁବିଧାମୁକ୍ତ ସୁବିଧା ଯୋଗାଇବ । ପୂର୍ବ ପାର୍ଶ୍ୱ ଷ୍ଟେସନ ଭବନର ମୁଖ୍ୟ ଆକର୍ଷଣ ହେଉଛି, ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ପରିବେଷ୍ଟିତ ଅଞ୍ଚଳ  ୨୧, ୨୭୦ ବର୍ଗଫୁଟରେ ନିର୍ମାଣ ହୋଇଛି । ଏହାବ୍ୟତୀତ ଆଧୁନିକ ସୁବିଧାରେ ଷ୍ଟେସନ ବିଲଡିଂରେ ଆଧୁନିକ ସୁବିଧା ଯେପରିକି ଫୁଡ କୋର୍ଟ, ଆଧୁନିକ ଶୌଚାଳୟ (ଦିବ୍ୟାଙ୍ଗଜନ୍ ଉପଲବ୍ଧ ଅନ୍ତର୍ଭୁକ୍ତ), ଟିକେଟ୍ କାଉଣ୍ଟର, ପ୍ରତୀକ୍ଷା କ୍ଷେତ୍ର, ଏସ୍କେଲେଟର୍, ଲିଫ୍ଟ ଏବଂ ଅନ୍ୟାନ୍ୟ ସୁବିଧା ରହିଛି।

ଏହି ଷ୍ଟେସନରେ ପ୍ରଧାନମନ୍ତ୍ରୀ ଭାରତ ଜନଔଷଧି କେନ୍ଦ୍ର , ଏଟିଏମ୍ କିଓସ୍କ, ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍  ଏବଂ ନାବାଡ୍ ଦ୍ୱାରା ପରିଚାଳିତ ୱାନ ଷ୍ଟେସନ୍ ୱାନ୍ ପ୍ରଡକ୍ଟ  ଟ୍ରଲି ସମର୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ପ୍ରଦର୍ଶିତ ଓ ବିକ୍ରି ହେବ। କେବଳ କଟକ ସହର ନୁହେଁ, ଏହି ପ୍ରବେଶ ପଥ ମଧ୍ୟ ପାରାଦୀପ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବଡ଼ମ୍ବା, ନରସିଂହପୁର ଏବଂ ନିଆଳି ଭଳି ଦୂରଦୂରାନ୍ତ ସ୍ଥାନର ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନୂତନ ଷ୍ଟେସନ ଭବନକୁ ପରିକଳ୍ପନା କରାଯାଇଛି। ଯାହା କେବଳ ଯାତ୍ରୀଙ୍କୁ ନୁହେଁ ବରଂ ବାଣିଜ୍ୟ ବ୍ୟାପାରକୁ ବୃଦ୍ଧି କରି ଏହି ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ।

Comments are closed.