Latest Odisha News

BREAKING NEWS

୨ ଦିନ ଭିତରେ ବଢିବ ଶୀତ, ପାଗ ମେଘୁଆ ରହିବ

ଭୁବନେଶ୍ବର: ପୁଣି ଫେରୁଛି ଶୀତ । ବାତ୍ୟା ଫେଙ୍ଗଲ ପ୍ରଭାବରେ କିଛି ଦିନର ବିରତି ପରେ ପୁଣି ଶୀତ ଅନୁଭୂତ ହେବାକୁ ଯାଛି । ଆଗାମୀ ଦୁଇ ଦିନ ଭିତରେ ପୁଣି ରାଜ୍ୟକୁ ଜାଡ ଫେରିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ଆଗାମୀ ୨ ଦିନ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଟିଗ୍ରୀ ପର୍ଯ୍ୟନ୍ତ ଖସିବ । ରାତିର ତାପମାତ୍ରା ହ୍ରାସ ପାଇବା ଫଳରେ ୨ ଦିନ ଶୀତ ବଢିବ । ଫଳରେ ଆସନ୍ତା ଦୁଇଦିନ ମଧ୍ୟରେ ଜଗତ୍‌ସିଂହପୁର, କଳାହାଣ୍ତି, ସୁନ୍ଦରଗଡ଼, କନ୍ଧମାଳ, ଯାଜପୁର ଆଦି ସ୍ଥାନରେ ତାପମାତ୍ରା କମିବା ସହ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି ।

ଏହାପରେ ପୁଣି ଶୀତ କମିବ । ତା ପରବର୍ତ୍ତୀ ୩ ଦିନ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ନେଇ ପୂର୍ବାନୁମାନ କରାଯାଇଛି । ୯ ତାରିଖ ବେଳକୁ ରାଜତିର ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବର୍ତ୍ତମାନ ରାଜ୍ୟରେ ମୁଖ୍ୟତଃ ଶୁଖିଲା ପାଗ ରହିଛି । ଆସନ୍ତାକାଲି ଅର୍ଥାତ୍ ୮ ତାରିଖ ଏବଂ ୯ ତାରିଖରେ ପାଗ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ହାଲୁକ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର ଆଦି ଜିଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଗତ ୨୪ ଘଣ୍ଟାରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୩.୩ ଡିଗ୍ରୀ ରେକର୍ଡ ହୋଇଛି ।

Comments are closed.