ଆଡିଲେଡ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲାରେ ଭାରତ ପରାଜୟ ଏଡାଇବା ପାଇଁ ସଂଘର୍ଷ ଜାରୀ ରଖିଛି । ଇତି ମଧ୍ୟରେ ଦଳର ପ୍ରମୁଖ ବୋଲର ମହମ୍ମଦ ସାମୀ ଅଷ୍ଟ୍ରେଲିଆ ଗସ୍ତରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେ ଅନଫିଟ ଥିବାରୁ ଏହି ଗସ୍ତରେ ଯାଇ ନ ଥିଲେ । ଏବେ ସେ ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି । ରିପୋର୍ଟ ମୁତାବକ ତାଙ୍କ ପ୍ଲେଇଙ୍ଗ କିଟ ଅଷ୍ଟ୍ରେଲିଆରେ ପଂହଚି ସାରିଛି । ଏନସିଏ ମେଡିକାଲ ଟିମରୁ ମଂଜୁରୀ ପାଇବା ମାତ୍ରେ ସେ ଅଷ୍ଟ୍ରେଲିଆ ଯିବେ । ଡିସେମ୍ବର ୧୪ରୁ ବ୍ରିସବେନରେ ଖେଳାଯିବାକୁ ଥିବା ଟେଷ୍ଟ ପୂର୍ବରୁ ସେ ପଂହଚିବା ସମ୍ଭବପର ମନେ ହେଉ ନାହିଁ ।
ସେ ୨୬ ଡିସେମ୍ବରରୁ ହେବାକୁ ଥିବା ବକ୍ସିଂ ଡେ ଟେଷ୍ଟ ଖେଳିପାରନ୍ତି ବୋଲି ଆଶା ବ୍ୟକ୍ତ କରାଯାଇଛି । ୨୦୨୩ ଦିନିକିଆ ବିଶ୍ୱକପ ପରଠାରୁ ସାମୀ ଆଉ କୌଣସି ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି । ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ ରବି ଶାସ୍ତ୍ରୀ ମଧ୍ୟ ବ୍ରିସବେନରେ ସାମୀଙ୍କ ବୋଲିଂର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏବେ ବେଙ୍ଗଲ କୋଚ ଲକ୍ଷ୍ମୀ ରତନ ଶୁକ୍ଲା ମଧ୍ୟ ଶାସ୍ତ୍ରୀଙ୍କ ବୟାନରେ ସହମତ ହୋଇଛନ୍ତି ।
Comments are closed.