Latest Odisha News

ସବୁଠାରୁ ବୟସ୍କ ପକ୍ଷୀ ହେବ ମାଆ

ନୂଆଦିଲ୍ଲୀ: ବିଶ୍ୱରେ ଏ ଭଳି କିଛି ଘଟଣା ଘଟିଯାଏ ଯାହାକୁ ସହଜରେ ବିଶ୍ୱାସ କରି ହୁଏ ନାହିଁ । ଆମେରିକା ବନ୍ୟଜୀବ ଅଧିକାରୀଙ୍କ କହିବା ଅନୁସାରେ ବିଶ୍ୱର ସବୁଠାରୁ ବୟସ୍କ ପକ୍ଷୀ ମାଆ ହେବାକୁ ଯାଉଛନ୍ତି । ୭୪ ବର୍ଷ ବୟସରେ ୱିଜଡମ ଲେସନ ଆଲବାଟ୍ରସ ପ୍ରଜାତିର ଏହି ପକ୍ଷୀ ୬୦ତମ ଅଣ୍ଡା ଦେଇଛି । ୪ ବର୍ଷ ବ୍ୟବଧାନରେ ସେ ଅଣ୍ଡା ଦେବାକୁ ସକ୍ଷମ ହୋଇଛି । ଏହି ପ୍ରଜାତିର ପକ୍ଷୀ ୬୮ ବର୍ଷ ପର୍ଯ୍ୟନ୍ତ ବଂଚିବା ରେକର୍ଡ ରହିଛି । ଏହି ପକ୍ଷୀ ଜୀବନ ଥିବା ପର୍ଯ୍ୟନ୍ତ ସମ୍ଭୋଗ କରିବା କ୍ଷମତା ରଖିଥାନ୍ତି । ବର୍ଷକୁ ଥରେ ମାତ୍ର ଅଣ୍ଡା ଦିଅନ୍ତି । ୱିଜଡମ ନାମକ ଏହି ପକ୍ଷୀ ଏବେ କିଛି ବର୍ଷ ହେବ ଅଣ୍ଡା ଦେବା ପାଇଁ ସମସ୍ତ ପ୍ରସ୍ତୁତି କରୁଥିଲେ ମଧ୍ୟ ଏହା ସମ୍ଭବ ହେଉ ନ ଥିଲା ।

ଗତ ସପ୍ତାହରେ ୱିଜଡମ ନୂଆ ସାଥୀ ନେଇ ଆସିବା ପରେ ବନ୍ୟ ବିଭାଗ ଅଧିକାରୀମାନେ ଖୁସି ହୋଇ ଉଠିଥିଲେ । ଏବେ ସମସ୍ତେ ଆଶା ବାନ୍ଧି ବସିଛନ୍ତି ଯେ ଏହି ଅଣ୍ଡାରୁ ନିଶ୍ଚିତ ଭାବେ ଛୁଆ ଜନ୍ମ ହେବ । ଛୁଆ ଜନ୍ମ ହେବାର ପାଂଚ ମାସପରେ ଏହା ସମୂଦ୍ରକୁ ଯାଇଥାଏ । ପ୍ରଶାନ୍ତ କ୍ଷେତ୍ରର ୟୁଏସ ଫିସ ଆଣ୍ଡ ୱାଇଲ୍ଡଲାଇଫ ସର୍ଭିସ ୧୯୫୬ରେ ୱିଜଡମକୁ ସାମିଲ କରିଥିଲା । ଏହି ଘଟଣା ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଏବେ ପକ୍ଷୀପ୍ରେମୀମାନେ ବେଶ ଉତ୍ସାହିତ ହୋଇ ପଡିଛନ୍ତି ।

Comments are closed.