Latest Odisha News

BREAKING NEWS

ବଢିବ ଶୀତ, ଟ୍ବିନ୍‌ସିଟିରେ ସକାଳୁ ସକାଳୁ ବର୍ଷା

ଭୁବନେଶ୍ଵର: ପଶ୍ଚିମାଝଡ଼ ପ୍ରଭାବରେ ଟ୍ବିନ୍‌ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ । ସକାଳୁ ସକାଳୁ ଟ୍ଵିନ ସିଟିର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା । ଆଜି ପାଇଁ ୧୧ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ କୁହୁଡି ପରିଲକ୍ଷିତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆସନ୍ତା ୫ଦିନ ଯାଏ ରାଜ୍ୟରେ ପାଗ କୋହଲା ରହିବା ସହ ଆଜି ଠାରୁ ରାଜ୍ୟରେ ପାରଦ ୩ ରୁ ୫ ଡିଗ୍ରୀ ସେଲସିୟସ୍‌ ଖସିବ । ଆସନ୍ତା ୩ଦିନ ଯାଏ ରାତି ତାପମାତ୍ରା ଏଭଳି ରହିବ । ସେପଟେ କୋରାପୁଟ ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୩ ଡିଗ୍ରୀକୁ ଖସିବା ସହ ଫୁଲବାଣୀରେ ୧୪ଡିଗ୍ରୀ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ, ଆଜିଠାରୁ ରାଜ୍ୟରେ ଶୀତର ପ୍ରଭାବ ଟିକେ ଅଧିକ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତକାଲି ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ଧର୍ମଗଡରେ ସର୍ବାଧିକ ୨୯.୦୦ ମିମି ବର୍ଷା ରେକର୍ଡ ହୋଇଛି।

 

Comments are closed.