Latest Odisha News

BREAKING NEWS

ପଦ୍ମ ଧରିଲେ ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର: ପଦ୍ମ ଧରିଲେ ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା। ସୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରମିଳା କୁମାରୀ ପ୍ରଧାନ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ବେଲଗୁଣ୍ଠାର ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ପ୍ରଧାନ ମଧ୍ୟ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ  ଶ୍ରୀମତୀ ପ୍ରଧାନଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।

ବିଜେପିର ନୀତି, ଆଦର୍ଶରେ ଏବଂ ଯଶସ୍ୱୀ ପଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି।ସେ କହିଛନ୍ତି, ନୂଆ ସରକାରକୁ ନେଇ ଓଡ଼ିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି। ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଥିବା ବେଳେ ବିଜେପି ସରକାରଙ୍କ ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଥିବା ଶ୍ରୀମତୀ ପ୍ରଧାନ କହିଛନ୍ତି।

ଏହି ମିଶ୍ରଣ ପର୍ବରେ ସୋରଡା ବିଧାୟକ ନିଳମଣୀ ବିଶୋୟୀ, ସ୍ୱଚ୍ଛ ଭାରତ ଅଭିଯାନ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ମହେଶ୍ୱର ମହାନ୍ତି ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

Comments are closed.