Latest Odisha News

BREAKING NEWS

ଚାଲିଗଲା ଜୀବନ: ଭାରି ପଡିଲା କମ୍ପାନୀକୁ ବିରୋଧ କରିବା!

ନୂଆଦିଲ୍ଲୀ: ପୁଣି ବିଦେଶରେ ଜଣେ ଭାରତୀୟଙ୍କ ସନ୍ଦେହଜନକ ମୃତ୍ୟୁ । ସୁଚିର ବାଲାଜୀ ନାମକ ଜଣେ ଭାରତୀୟ-ଆମେରିକୀୟ ଓପନ ଏଆଇ ଗବେଷକଙ୍କର ଗତ ୨୬ ତାରିଖ ଦିନ ସାନ ଫ୍ରାନ୍ସିସ୍କୋ ଆପାଟମେଣ୍ଟରୁ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଥିଲା । ହେଲେ ୨୬ ବର୍ଷୀୟ ଓପନ ଏଆଇ ଗବେଷକଙ୍କ ମୃତ୍ୟୁ କେମିତି ହେଲା ସେନେଇ ରହସ୍ୟ ଉପରୁ ପରଦା ହଟିନଥିବା ବେଳେ ଏବେ ସେହି ଘଟଣାରେ ଚାଞ୍ଚଲ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି ।

ତେବେ ସୁଚରୀ ଜଣେ ଭାରତୀୟ-ଆମେରିକୀୟ ଗବେଷକ ଯିଏ ଓପନଏଆଇରେ ଚାରି ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଛନ୍ତି । ଚଳିତ ବର୍ଷ ଆରମ୍ଭରେ କମ୍ପାନୀ  ଛାଡିଥିଲେ । ଆଉ ସୁଚୀରଙ୍କ ମୃତ୍ୟୁ ପୂର୍ବରୁ ସେ ଓପନ ଏଆଇ କମ୍ପାନୀ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ଓପନ ଏଆଇ ବିନା ଅନୁମତିରେ ଅନ୍ୟମାନଙ୍କ କପିରାଇଟ ବ୍ୟବହାର ଅଭିଯୋଗ ଆଣିଥିଲେ ସୁଚୀର । ଏଥିସହିତ ଏଆଇର ନକରାତ୍ମକ ପ୍ରଭାବ ବିରୋଧରେ ସ୍ବର ଉଠାଇଥିଲେ  । ଏଆଇ ଇଣ୍ଟରନେଟ ଓ ଇକୋସିଷ୍ଟମକୁ ପ୍ରଭାବିତ କରୁଥିବା ଦାବି କରିଥିଲେ । ଓପନ ଏଆଇ ବ୍ୟବସାୟୀକୁ ଦୀର୍ଘସ୍ଥାୟୀ ନୁହେଁ କହି ତାଙ୍କ ସହ କାମ କରୁଥିବା ସହକର୍ମୀଙ୍କୁ ମଧ୍ୟ କମ୍ପାନୀ ଛାଡିବାକୁ ପରାମର୍ଶ ଦେଇଥିଲେ ଏହି ଯୁବ ଗବେଷକ ।

ଏଥିସହିତ ଏହି ପ୍ରଯୁକ୍ତିବିଦ୍ୟା ସମାଜ ପାଇଁ ଭଲ ଅପେକ୍ଷା ଅଧିକ କ୍ଷତି ଆଣିବ ବୋଲି ସେ ଅନୁଭବ କରିବା ପରେ ସେ ଚାକିରି ଛାଡି ଦେଇଥିଲେ। ତାଙ୍କର ମୁଖ୍ୟ ଚିନ୍ତା ଥିଲା କିପରି ଓପନଏଆଇ କପିରାଇଟ୍ ଡାଟା ବ୍ୟବହାର କରିଥିଲା, ଯାହା ସେ ଗତ ଅକ୍ଟୋବରରେ ନ୍ୟୁୟର୍କ ଟାଇମ୍ସ ସହିତ ତାଙ୍କର ଏକ ସାକ୍ଷାତକାରରେ ମତ ରଖିଥିଲେ । ଏଥିସହିତ ଚାକିରୀ ଛାଡିଥିଲେ ମଧ୍ୟ ଏହି ସବୁ ପ୍ରସଙ୍ଗ ନେଇ ଓପନ ଏଆଇ କମ୍ପାନୀକୁ ମଧ୍ୟ ବାରମ୍ବାର ଘେରୁଥିଲେ ବୋଲି ସୂଚନା ପ୍ରକାଶ ପାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି, ବାସ୍ତବରେ ଏହା ଆତ୍ମହତ୍ୟା ନା ହତ୍ୟା ? କମ୍ପାନୀ ବିରୋଧରେ ସ୍ବର ଉଠାଇବା ଆଉ ସୁଚୀରଙ୍କୁ ଭାରି ପଡିଲା କି ?

Leave A Reply

Your email address will not be published.