ଭୁବନେଶ୍ବର: ବ୍ଲୁବେରୀ ଫଳ, ଅନେକ ପୋଷକ ତତ୍ତ୍ବର ଅଧିକାରୀ । ବ୍ଲୁବେରି ଏକ ସୁସ୍ଥ ଏବଂ ଚାପମୁକ୍ତ ଖାଦ୍ୟ । ଏଥିରେ ଫାଇବର, ଭିଟାମିନ୍ ସି, ଭିଟାମିନ୍ କେ, ମାଙ୍ଗାନିଜ୍ ଏବଂ ପୋଟାସିୟମ୍ ଭରପୂର ପରିମାଣରେ ଭରିରହିଛି । ଏଥିସହିତ ଏଥିରେ ସୋଡିୟମ୍ ମଧ୍ୟ କମ୍ ଏବଂ ପ୍ରାୟତଃ ଏଥିରେ ଅଧିକ ଚର୍ବି ନାହିଁ । ଏହାକୁ ଖାଇବା ଦ୍ବାରା ବିଭିନ୍ନ ରୋଗକୁ ନିୟନ୍ତ୍ରଣ କରିବା ସହିତ ଏହା ଶରୀର ପାଇଁ ରାମବାଣ ସଦୃଶ କାମ କରିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଫଳ ସେବନ କରିବା ଦ୍ୱାରା ଆମ ଶରୀରକୁ କି କି ଲାଭ ମିଳିଥାଏ ?
- ଏଥିରେ କମ୍ କ୍ୟାଲୋରୀ ରହିଥାଏ । ବ୍ଲୁବେରୀ ଏକ ପୁଷ୍ଟିକର ବା ସୁପରଫୁଡ୍ ବୋଲି ବିବେଚନା କରାଯାଏ, ଯେଉଁଥିରେ କ୍ୟାଲୋରି, ଭିଟାମିନ୍ ଏବଂ ଫାଇବରରେ ଅଧିକ ଥାଏ । ଏଥିରେ ଭିଟାମିନ୍ କେ ଏବଂ ଭିଟାମିନ୍ ସି ରହିଛି । ଏଥିସହିତ ଖାଇବାକୁ ମଧ୍ୟ ସ୍ବାଦିଷ୍ଟ ଲାଗିଥାଏ ।
- ଦୂର କରେ କ୍ୟାନସର ଆଶଙ୍କା: ବ୍ଲୁବେରୀ କେବଳ ଖାଦ୍ୟରେ ସ୍ବାଦିଷ୍ଟ ନୁହେଁ, ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ବ୍ଲୁବେରୀ ଖାଇବା ଦ୍ବାରା ଏହା ଶରୀରର ଡିଏନଏ ଅଣୁକୁ କ୍ଷୟ ହେବାରୁ ରକ୍ଷା କରେ । ଏଥିସହିତ ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀରର ହାର୍ମଫୁଲ ମୁକ୍ତ ରାଡିକାଲ୍ସକୁ ପୋଷକତତ୍ତ୍ବ ଯୋଗାଇଥାଏ । ଯାହାଦ୍ବାରା ବାର୍ଦ୍ଧକ୍ୟ ଏବଂ କ୍ୟାନସର ଭଳି ରୋଗର ଆଶଙ୍କା ହ୍ରାସ କରିଥାଏ ।
- ରକ୍ତଚାପ କମ୍ କରେ: ଉଚ୍ଚ ରକ୍ତଚାପ ଥିବା ଲୋକଙ୍କୁ ଲାଭଦାୟକ ବ୍ଲୁବେରୀ । ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନରେ ପରିପୂର୍ଣ୍ଣ, ବ୍ଲୁବେରୀ ରକ୍ତବାହୀ ନଳୀ କାର୍ଯ୍ୟକୁ ଉନ୍ନତ କରେ ଏବଂ ପ୍ରଦାହ ହ୍ରାସ କରି ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ କରିଥାଏ । ଯାହା ରକ୍ତଚାପ ହ୍ରାସ କରିବାରେ ସାହାର୍ଯ୍ୟକରେ ।
- ସ୍ମୃତିଶକ୍ତି ବଢାଏ: ଅକ୍ସିଡେଟିଭ୍ ଚାପ ମସ୍ତିଷ୍କ ବାର୍ଦ୍ଧକ୍ୟକୁ ତ୍ୱରାନ୍ୱିତ କରେ । ଯାହା ମସ୍ତିସ୍କ କାର୍ଯ୍ୟକୁ ବାଧାପ୍ରାପ୍ତ କରିଥାଏ । କିନ୍ତୁ ବ୍ଲୁବେରୀର ଆଣ୍ଟିଅକ୍ସିଡେଣ୍ଟ ସ୍ମୃତିଶକ୍ତି ଉନ୍ନତ କରିବା ସହ ମସ୍ତିସ୍କର କୋଷ ଗୁଡିକୁ ମଧ୍ୟ ଅଧିକ ସଞ୍ଚଳିତ କରିଥାଏ ।
- ମସଲ୍ ଡ୍ୟାମେଜ ହ୍ରାସ ହୁଏ: ବ୍ଲୁବେରୀ ମାଂସପେଶୀ ପୁନରୁଦ୍ଧାର କରିଥାଏ । ଓଜନକୁ ସନ୍ତୁଳିତ କରିବାରେ ମଧ୍ୟ ସାହାର୍ଯ୍ୟ କରେ ।
Comments are closed.