ମୁମ୍ବାଇ: ନିକଟରେ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ’ରେ ବେବି ଜନର ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ମିଳିଥିଲା। ଏହାର ଏପିସୋଡରେ କପିଲ ଶର୍ମା ଏଟଲିଙ୍କ ମଜାକ ଉଡାଇଥିଲେ, ଯାହାକୁ ନେଇ ଟ୍ରୋଲ ହୋଇଛନ୍ତି କପିଲ।
କପିଲ ନିର୍ଦ୍ଦେଶକ-ନିର୍ମାତା ଏଟଲି କୁମାର ଏବଂ ଅର୍ଚ୍ଚନା ପୁରଣ ସିଂଙ୍କ ଲୁକକୁ ନେଇକି ଥଟ୍ଟା କରିଥିଲେ, ଯାହାକୁ ଅନେକ ଲୋକ ନାପସନ୍ଦ କରିଛନ୍ତି। ଲାଟେଷ୍ଟ ଏପିସୋଡରେ ‘ବେବି ଜନ’ର ପ୍ରମୋସନ ପାଇଁ ବରୁଣ ଧୱନ, କିର୍ତ୍ତୀ ସୁରେଶ, ଭାମିକା ଗାବି ଏବଂ ଏଟଲି ରହିଥିଲେ।
ଏହି ସମୟରେ କପିଲ ଏଟଲିଙ୍କ ଲୁକକୁ ନେଇ ଥଟ୍ଟା କରିଥିଲେ। ଯାହାର ଜବାବରେ ଯବାନ ନିର୍ଦ୍ଦେଶକ ପ୍ରତିକ୍ରିୟାରେ କହିଥିଲେ ଯେ ଯେଉଁଠି ପ୍ରତିଭା ଥାଏ, ସେଠି ଲୁକ୍ ଦେଖାଯାଏ ନାହିଁ।
କପିଲ ଏଟଲିଙ୍କୁ ପଚାରିଥିଲେ, ଯେତେବେଳେ ତୁମେ ପ୍ରଥମ ଥର ପାଇଁ ଏକ କାହାକୁ ଭେଟ, ସେମାନେ ପଚାରନ୍ତି କି ଏଟଲି କେଉଁଠାରେ?” ଏଟଲି କହିଥିଲେ ଯେ “ମୁଁ ତୁମର ପ୍ରଶ୍ନକୁ ଠିକ୍ ବୁଝିପାରୁଛି। କାହାର ରୂପ ଅନୁସାରେ ବିଚାର କରିବା ଉଚିତ୍ ନୁହେଁ। ତାଙ୍କ କାମ ଆଉ ହୃଦୟ ଦେଖିକି ଜଜ୍ କରିବା ଉଚିତ୍।” ଏପିସୋଡର କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାପରେ କପିଲଙ୍କ ଏଭଳି ଲୁକକୁ ନେଇ ମଜାକ ପାଇଁ ଟ୍ରୋଲ କରାଯାଉଛି।
ସବୁଥର ପରି ଏଥର ମଧ୍ୟ କପିଲ ଶର୍ମା ଅର୍ଚ୍ଚନା ପୁରଣ ସିଂଙ୍କ ନାମକୁ ନେଇ ମଜାଳିଆ ଟିପ୍ପଣୀ କରିଥିଲେ। ଫଳରେ ଅର୍ଚ୍ଚନାଙ୍କୁ ସମର୍ଥନ କରି ଏଟଲି କହିଥିଲେ ଯେ ତାଙ୍କୁ ଏଭଳି ସମାଲୋଚିତ କରିବା ଠିକ୍ ନୁହେଁ। କାରଣ ସେ ଶୋ’ର ସେଭିୟର୍ ଅଟନ୍ତି।