ମୁମ୍ବାଇ: ଡିସେମ୍ବର ୨୧ରୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ । ଏଥିପାଇଁ ମୁମ୍ବାଇ ଦଳ ଘୋଷଣା କରାଯାଇଛ । ଆଶ୍ଚର୍ଯ୍ୟଜନକ ଭାବେ ଅଜିଙ୍କ୍ୟ ରାହାଣେ ଓ ପୃଥ୍ୱୀ ଶଙ୍କୁ ଚୂଡାନ୍ତ ଦଳରୁ ବାଦ ଦିଆଯାଇଛି । ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ମୁମ୍ବାଇ ଚାମ୍ପିୟନ ହୋଇଥିଲା । ରାହାଣେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ରିପୋର୍ଟ ମୁତାବକ ରାହାଣେ ବ୍ୟକ୍ତିଗତ ଭାବେ ଅନୁରୋଧ କରି ବ୍ରେକ ମାଗିଥିଲେ । ସୂଚନାଯୋଗ୍ୟ, ଆଇପିଏଲ ୨୦୨୫ ମେଗା ନିଲାମରେ କୋଲକାତା ନାଇଟ ରାଇଡର୍ସ ରାହାଣେଙ୍କୁ ୧.୫ କୋଟି ଟଙ୍କାରେ ଦଳରେ ନେଇଛି ।
ଜବରଦସ୍ତ ଫର୍ମରେ ଥିବା ରାହାଣେ ସୟେଦ ମୁସ୍ତାକ ଅଲି ଟ୍ରଫିରେ ୧୩, ୫୨, ୬୮, ୨୨, ୯୫, ୮୪, ୯୮ ଓ ୩୭ ରନ କରିଥିଲେ । ବିଜୟ ହଜାରେ ଟ୍ରଫି ପାଇଁ ମୁମ୍ବାଇ ଦଳର ନେତୃତ୍ୱ ଶ୍ରେୟାଶ ଆୟାରଙ୍କୂ ପ୍ରଦାନ କରାଯାଇଛି ।
ମୁମ୍ବାଇ ଦଳ: ଶ୍ରେୟାଶ ଆୟାର(ଅଧିନାୟକ), ଆୟୂଷ ମାହାତ୍ରେ, ଅଙ୍ଗକୃଷ ରଘୁବଂଶୀ, ଜୟ ବିସ୍ତା, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ସୂର୍ଯ୍ୟାଶ ଶେଡଗେ, ସିଦ୍ଧେଶ ଲାଡ, ହାର୍ଦ୍ଦିକ ଟୋମାର, ପ୍ରସାର ପାୱାର, ଅଥର୍ବ ଅକୋଲକର, ତନୂଷ କୋଟିୟାନ, ଶାର୍ଦ୍ଦୁଳ ଠାକୁର, ରୟଷ୍ଟନ ଡିୟାସ, ଜୁନେଦ ଖାଁ, ହର୍ଷ ତନ୍ନା ଓ ବିନାୟକ ଭାରଦ୍ୱାଜ ।
Comments are closed.