Latest Odisha News

ବଢିବ ଶୀତ, ୪୮ ଘଣ୍ଟା ପରେ ରାଜ୍ୟରେ ପୁଣି କମିବ ତାପମାତ୍ରା

ଭୁବନେଶ୍ଵର: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ ସାଙ୍ଗକୁ କୁହୁଡି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବା ନେଇ ପୂର୍ବାନୁମାନ କରିଛି ପାନିପାଗ ବିଭାଗ ।

ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣ ବର୍ଷା ହେଇପାରେ । ୨୦ ତାରିଖରେ ଉପକୂଳ ଓଡ଼ିଶାର  କିଛି ଜିଲ୍ଲାରେ ବର୍ଷା ହୋଇପାରେ । ୨୧ ତାରିଖରେ ବାଲେଶ୍ୱର, ଭଦ୍ରକ,  ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା  ଓ ଜଗତ୍‌ସିଂହପୁରରେ ବର୍ଷା ସମ୍ଭାବନା ଅଛି ।

ସେପଟେ ରାଜ୍ୟରେ ରାତି ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ  ଆକଳନ କରିଛି। ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ମଙ୍ଗଳବାର ରାତିରୁ ଉପରମୁହାଁ ହୋଇଛି ପାରଦ। ବିଭିନ୍ନ ସ୍ଥାନରେ  ରାତି ତାପମାତ୍ରା  ୩ ରୁ ୪ ଡିଗ୍ରୀ ସେଲସିୟସ୍ ବଢିଛି। ତେବେ ୪୮ ଘଣ୍ଟା ପରେ ରାଜ୍ୟରେ ପୁଣି ତାପମାତ୍ରା କମିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

 

Leave A Reply

Your email address will not be published.