Latest Odisha News

BREAKING NEWS

ବଢିଲା ରାହୁଲଙ୍କ ଅଡୁଆ: ଆସିଲା କୋର୍ଟ ଡାକରା…

ନୂଆଦିଲ୍ଲୀ: ଲୋକସଭାରେ ଠେଲାପେଲା ଘଟଣାରେ ସଂପୃକ୍ତି ନେଇ ରାହୁଲ ବିବାଦରେ ଥିବା ବେଳେ ଏବେ ଆଉ ଏକ ନୂଆ ଅଡୁଆରେ ଫସିଲେଣି ଗାନ୍ଧୀ । ରାହୁଲଙ୍କୁ ବରେଲି କୋର୍ଟ ସମନ ଜାରି କରିଛନ୍ତି । ଆସନ୍ତା ଜାନୁଆରୀ  ୭ ତାରିଖରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି ।

ତେବେ ନିର୍ବାଚନ ବେଳେ ଜାତିଜନଗଣନାକୁ ନେଇ ଦେଇଥିବା ବିବାଦୀୟ ବୟାନ ଏବେ ରାହୁଲଙ୍କୁ ନୂଆ ଅଡୁଆ ଭିତରକୁ ଟାଣି ନେଇଛି । ଏହାକୁ ନେଇ ଅଲ ଇଣ୍ଡିଆ ହିନ୍ଦୁ ମହାସଭାର ମଣ୍ଡଳ ସଭାପତି ପଙ୍କଜ ପାଠକ ବିରୋଧ କରିଥିଲେ। ଏନେଇ ସ୍ପେଶାଲ ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟରେ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ଆବେଦନ କରିଥିଲେ । କିନ୍ତୁ କୋର୍ଟ ଉକ୍ତି ଆବେଦନକୁ ଖାରଜ କରି ଦେଇଥିଲେ । ପରେ ପଙ୍କଜ ସ୍ବତନ୍ତ୍ର କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଉକ୍ତ ପ୍ରସଙ୍ଗକୁ ନେଇ ସେ କୋର୍ଟରେ ରିଭିଜନ ଦାଖଲ କରିଥିବା ବେଳେ ଏହାକୁ ନେଇ ଏବେ କୋର୍ଟ ରାହୁଲଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ ସମନ ଜାରି କରିଛନ୍ତି । ଯାହା ଆସନ୍ତା ୭ ତାରିଖରେ ଶୁଣାଣି କରାଯିବ ।

ତେବେ କହିରଖୁଛୁ,ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି କହିଥିଲେ ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶରେ ଜାତି ଜନଗଣନା ଓ ଆର୍ଥିକ ସର୍ବେକ୍ଷଣ କରାଯିବ । ତାଙ୍କର ଏହି ବୟାନକୁ ନେଇ ସେତେବେଳେ ଅନେକ ହଙ୍ଗାମା ଦେଖିବାକୁ ମିଳିଥିଲା । ବିଜେପି ଏହାକୁ ପ୍ରସଙ୍ଗ କରି ରାହୁଲଙ୍କୁ ଜୋରଦାର ଟାର୍ଗେଟ୍‌ କରିଥିଲା। ଆଉ ଏବେ ରାହୁଲଙ୍କୁ ହାଜିର ହେବା ପାଇଁ ଆସନ୍ତା ୭ ତାରିଖରେ ସମୟ ଦେଇଛନ୍ତି କୋର୍ଟ ।

Leave A Reply

Your email address will not be published.